ଖଣ୍ଡପଡାର ଝିଅ ଆଂକେତା ରାମଗୋପାଳ ବର୍ମାଙ୍କ ଫିଲ୍ମର ହିରୋଇନ

ଭୁବନେଶ୍ୱର: ରାତାରାତି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ପାଲଟିଯାଇଥିବା ଅପସରା ରାଣୀ ଅର୍ଥାତ ଆଂକେତା ଖଣ୍ଡପଡାର ଝିଅ । ସେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍‌ଗୋପାଲ୍‌ ବର୍ମାଙ୍କ ଅପ୍‌କମିଂ ଫିଲ୍ମ ‘ଥ୍ରୀଲର୍’ର ନୂଆ ହିରୋଇନ |ରାମଗୋପାଳ ଅପସରାଙ୍କୁ ନିଜ ଫିଲ୍ମରେ ଅଭିନେତ୍ରୀ ଭାବେ ଲଞ୍ଚ୍ କରିବାକୁ ଯାଉଛନ୍ତି। ବଲିଉଡ ରେ ଡେବ୍ୟୁ କରିବେ ଆଂକେତା ଅର୍ଥାତ ଅପସରା ରାଣୀ | କିଛିଦିନ ତଳେ ରାମଗୋପାଳ ଆଂକେତାଙ୍କ ଫଟୋକୁ ନେଇ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ଏହି ଟ୍ୱିଟ୍‌ ଭାଇରାଲ୍ ହେବା ପରେ ସେ ଇଣ୍ଟରନେଟ ସେନସେସନ ପାଲଟିଯାଇଛନ୍ତି ।

ଆଂକେତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍‌ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମଧ୍ୟ ଅଭିନୟ କରିସାରିଛନ୍ତି । ବିଭିନ୍ନ କାରଣବଶତଃ ପାଟଣାଗଡ଼ ସିନେମା ରିଲିଜ ହୋଇନାହିଁ |ସେ କେତେକ ସାଉଥ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି |

ସୋସିଆଲ୍ ମିଡିଆରେ ତାଙ୍କର ଫଟୋ ଅପ୍‌ଲଡୋ ହେବା ପରେ ଏହା ଖୁବ୍‌ ଭାଇରାଲ୍ ହେଉଛି।

ନୟାଗଡ଼ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟିଲୋ ଅଂଚଳର ଝିଅ ଆଂକେତାଙ୍କ ଜନ୍ମ ଜାନୁଆରୀ 12, 1996ରେ | ସେ କିନ୍ତୁ ଡେରାଡୁନରେ ବଢ଼ିଛନ୍ତି। ତାଙ୍କର ପ୍ରକୃତ ନାମ ଆଂକେତା ମହାରଣା | ତାଙ୍କ ବାପାଙ୍କ ନାମ ଚନ୍ଦ୍ରଶେଖର ମହାରଣା ଓ ଘର ଖଣ୍ଡପଡାର କଣ୍ଟିଲୋ ଅଂଚଳରେ | ତାଙ୍କ ବାପା ଭାରତୀୟ ବାୟୁସେନାର ଜଣେ ପଦସ୍ଥ ଅଧିକାରୀ ଓ ମା ସନ୍ଧ୍ୟା ମହାରଣା ଜଣେ ବିୟୁଟିସିଆନ | ଭାଇ ଅଙ୍କନ ଏବେ ବିଦେଶରେ କାର୍ଯ୍ୟରତ |

ବଲିଉଡ ଷ୍ଟାର୍‌ ହେବାକୁ ଇଚ୍ଛା ରଖିଥିବା ଅପସରା ତାଙ୍କ ଅପ୍‌କମିଂ ଫିଲ୍ମରେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି।ରାମଗୋପାଳ ତାଙ୍କ ଫିଲ୍ମରେ ତାଙ୍କୁ ଲିଡ ରୋଲରେ ନେଇଥିବା ବେଳେ ତାଙ୍କ ସ୍କ୍ରିନ ନା ଦେଇଛନ୍ତି ଅପସରା ରାଣୀ |

ତାଙ୍କର ସ୍ୱପ୍ନପଥରେ ଅଗ୍ରସର ହେବା ପାଇଁ ସେ ଓଡ଼ିସାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି।

ହାଇଦ୍ରାବାଦ୍‌ରେ ରହି ଫିଲ୍ମ କରୁଥିବା ଅପସରା ମଝିରେ ମଝିରେ ଓଡ଼ିଶା ମଧ୍ୟ ଆସନ୍ତି। ସେ ଚାହାଁନ୍ତି ଲୋକେ ତାଙ୍କୁ ଫିଲ୍ମର ଚରିତ୍ର ଅନୁସାରେ ନୁହେଁ ବରଂ ତାଙ୍କର ଟାଲେଣ୍ଟ ଅନୁସାରେ ଜଜ୍‌ କରନ୍ତୁ।।
ଅପସରା ରାଣୀ ଅର୍ଥାତ ଆଂକେତାଙ୍କ ପିଲାଦିନ ଖଣ୍ଡପଡାର କଣ୍ଟିଲୋରେ ବିତିଥିବା ବେଳେ ହାଇଦ୍ରାବାଦ ତାଙ୍କର କର୍ମ କ୍ଷେତ୍ର। ସେ ସିନେ ଅଭିନେତ୍ରୀ ହେବା ସହିତ ଜଣେ ଭଲ ଡାନ୍ସର ଓ ଥିଏଟର୍ ଅଭିନେତ୍ରୀ ମଧ୍ୟ । ମଡେଲିଂରେ ମଧ୍ୟ ରୁଚି ରଖନ୍ତୁ ଅପସରା |

ନିଜ କ୍ୟାରିଅରରେ ଆଗକୁ ବଢିବା ନିମନ୍ତେ ସେ ଖଣ୍ଡପଡା ଓ ଓଡିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି