ଭାରତର ସବୁଠୁ ସୁନ୍ଦରୀ ଅଭିନେତ୍ରୀ, ତାଙ୍କ ପଛରେ ସମସ୍ତେ ଦିୱାନା ଆସନ୍ତୁ ଜାଣିବା …

ମୁମ୍ବାଇ : ଅଭିନେତ୍ରୀ ଅନ୍ବେଷୀ ଜେନ୍‌ ଜଣେ ଏମିତି ଷ୍ଟାର ଯାହାକୁ ଚଳିତ ବର୍ଷ ଗୁଗୁଲରେ ଅଧିକ ସର୍ଚ୍ଚ କରାଯାଇଛି। ୧୯୯୧ ମସିହା ଜୁନ ମାସ ୨୫ ତାରିଖରେ ଅନ୍ବେଷୀଙ୍କ ଜନ୍ମ ମଧ୍ୟପ୍ରଦେଶର ଖଜୁରାହ  ହୋଇଥିଲା। ପ୍ରଥମେ ରେସ୍ତୋରାଣ୍ଟରେ କାମ କରୁଥିଲେ ଅଭିନେତ୍ରୀ ଅନ୍ବେଷୀ। ଏହା ପରେ ସେ ଆଙ୍କରିଂ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ପରଦାରେ ମଧ୍ୟ ନଜର ଆସିଲେ। ଏବେ ସେ ଜଣେ ଅଭିନେତ୍ରୀ ଓ ଆଙ୍କ ଭାବେ ପରିଚିତ। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅନ୍ବେଷୀଙ୍କର ୭.୫ ଲକ୍ଷ ଫଲୋଅର୍ସ ଅଛନ୍ତି। ତାଙ୍କ ଫଲୋଅର୍ସ ଦିନକୁ ଦିନ ବଢିବାକୁ ମଧ୍ୟ ଲାଗୁଛି। ପ୍ରତିଦିନ ସେ ତାଙ୍କର ନୂଆ ନୂଆ ଫଟୋ ସେୟାର କରନ୍ତି।

୨୦୧୮ ମସିହାରେ ରିଲିଜ ହୋଇଥିବା ୱେବ୍‌ ସିରିଜ ଗନ୍ଦି ବାତ ୨ରେ ଅନ୍ବେଷୀ ଅଭିନୟ କରି ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଆଗାମୀ ଦିନରେ ସେ ତେଲୁଗୁ, ତାମିଲ, ଗୁଜରାତି ଓ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିବେ। ଅନ୍ବେଷୀଙ୍କୁ ମଲ୍‌ଟି ଟାଲେଣ୍ଟେଡ୍‌ ମଧ୍ୟ କୁହାଯାଏ । କାରଣ ସେ ଅଭିନୟ ସହ ଆଙ୍କରିଂ ଓ ମଡେଲିଂ କରନ୍ତି। ଏହା ପରେ ଧିରେ ଧିରେ ସେ ବେଶ ଲୋକପ୍ରିୟତା ହାସଲ କରିଲେ। ଚଳିତ ବର୍ଷ ମୋବାଇଲ ଓ କମ୍ପ୍ୟୁଟରରେ ତାଙ୍କୁ ୩୦ ମିଲିୟନ ଥର ସର୍ଚ୍ଚ କରାଯାଇଛି।