ଶୌଚାଳୟ ନିର୍ମାଣ ଦୁର୍ନୀତି ପ୍ରସଙ୍ଗରେ ତଦନ୍ତ ଦାବି କଲେ ସିଦ୍ଧାର୍ଥ

ଖଣ୍ଡପଡା, ୧୬ / ୦୭ : ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଶାଳଝରିଆ ଗ୍ରାମରେ ଶୌଚାଳୟ ନିର୍ମାଣକୁ ନେଇ ହୋଇଥିବା ଦୁର୍ନୀତିର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ଶେଖର ସିଂହ |

ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶାଳଝରିଆ ଗ୍ରାମରେ ଶୌଚାଳୟ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଗ୍ରାମର ହିତାଧିକାରୀମାନେ ସିଦ୍ଧାର୍ଥଙ୍କୁ ଭେଟି ଅଭିଯୋଗ କରିଛନ୍ତି |

ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ଶୌଚାଳୟ ନିର୍ମାଣ ହୋଇଥିବା ସହ ଏ ନେଇ ପ୍ରାପ୍ୟ ଅର୍ଥ ମଧ୍ୟ ପ୍ରଦାନ ହୋଇସାରିଥିବାର ତଥ୍ୟ ସମ୍ପର୍କରେ ସିଦ୍ଧାର୍ଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହିତାଧିକାରୀ |ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ଶୌଚାଳୟ ନିର୍ମାଣ ନେଇ ସେମାନଙ୍କୁ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟରେ ତାହା ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇନାହିଁ | ଏନେଇ ସେମାନଙ୍କୁ କୌଣସି ଅର୍ଥ ମଧ୍ୟ ମିଳିନାହିଁ | କିନ୍ତୁ ସୂଚନାଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ  ଶୌଚାଳୟ ନିର୍ମାଣ ସରିଥିବା ସହ ଏନେଇ ଅର୍ଥ ମଧ୍ୟ ହିତାଧିକାରୀଙ୍କୁ ମିଳିଥିବା ଦର୍ଶାଉଛି |

ହିତାଧିକାରୀ ମାନେ ସିଦ୍ଧାର୍ଥଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଶୌଚାଳୟ ନିର୍ମାଣ ହୋଇନଥିବା ବେଳେ ବ୍ଲକ ଅଧିକାରୀ କିଭଳି ଭାବେ ଅର୍ଥ ପ୍ରଦାନ କରିଛନ୍ତି? 

ଏହି ଗୁରୁତର ଅଭିଯୋଗ ପାଇବା ପରେ ସିଦ୍ଧାର୍ଥ ଖଣ୍ଡପଡା ବ୍ଲକର ବିଡ଼ିଓ ଓ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଏହି ଦୁର୍ନୀତିରେ ଯେଉଁ ସରକାରୀ କର୍ମଚାରୀ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି |ଖଣ୍ଡପଡା ବିଜେପି ପକ୍ଷରୁ ଏହି ଦୁର୍ନୀତିନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିବା ସିଦ୍ଧାର୍ଥ କହିଛନ୍ତି |