ସଂରକ୍ଷୀତ ରହିବ ମହାପ୍ରଭୁଙ୍କ ତିନି ରଥ

ଚଳିତବର୍ଷ ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ଘୋଷଯାତ୍ର ନିମନ୍ତେ ନିର୍ମାଣ ହୋଇଥିବା ତିନି ରଥକୁ ସଂରକ୍ଷୀତ ରଖାଯିବ| ଏନେଇ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି | ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ | ବିଶେଷ କରି ପରିଚାଳନା କମିଟି ଓ ଛତିଶା ନିଯୋଗ ର ମିଳିତ ବୈଠକର ନିଷ୍ପତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ରହିଛି ତାକୁ ସଂରକ୍ଷୀତ କରାଯିବା ନେଇ ଏକ ପ୍ରକାର ନିଷ୍ପତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର ସୂଚନା ଦେଇଛନ୍ତି |
ଚଳିତ ବର୍ଷର ମହାପ୍ରଭୁଙ୍କ ତିନଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରଖିବା ନେଇ ସେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି | ତେବେ ଵିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଂଗାଯିବ | ଭଂଗାଯିବା ପରେ ଯେତିକି ଅଂଶ ସଂରକ୍ଷୀତ ରଖାଯାଇ ପାରିବ ସେହି ଅଂଶକୁ ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ ଏବଂ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉନ୍ନୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷୀତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ| ମୁଖ୍ୟତଃ ଏହାକୁ କିଭଳି ସଂରକ୍ଷୀତ ରଖାଯାଇ ପାରିବ ଏବଂ ଉଇ କିଭଳି ନଲାଗିବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି | ଏବଂ ଏହି ତିନଟିରଥ ଗୁଡିକୁ ସଂରକ୍ଷୀତ ରଖିବା ପାଇଁ ପୂର୍ବରୁ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଲଭ ଉନ୍ନୟନ ପ୍ରକଳ୍ପ ରେ ପ୍ରସ୍ତାବ ରହିଥିଲା | ତେଣୁ ସେହି ପ୍ରସ୍ତାବ ଆଧାର ରେ ଚଳିତ ବର୍ଷ ମହାପ୍ରଭୁଙ୍କ ନିମନ୍ତେ ବ୍ୟବହାର ତିନି ରଥକୁ ସଂରକ୍ଷୀତ କରି ରଖିବା ପାଇଁ ନିଷ୍ପତି ନିଆଯାଇଛି |

ପରବର୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ନିଷ୍ପତି ନିଆଯିବାକୁ ସ୍ଥିର ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି |ବିଶେଷ ଭାବେ ଏକ ଟେକ୍ନିକାଲ ଟିମ ଗଠନ ହୋଇ କିଭଳି ସଂରକ୍ଷୀତ କରାଯିବ ସେନେଇ ତର୍ଜମା ମଧ୍ୟ କରାଯାଉଛି |
ଅନ୍ୟପଟେ କୋଭିଡ କେୟାର ସେଣ୍ଟର ଓ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି | ଜିଲ୍ଲା ପ୍ରଶାସନ, ତଥା ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ପକ୍ଷରୁ ଏକ ଟିମ ଗଠନ କରାଯାଇ ଏକ ହୋଟେଲ ରେ 30ଶଯ୍ୟା ଏବଂ 15 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଛି | ସେହି ନିଷ୍ପତି କ୍ରମରେ ବିଶେଷ କରି ଶ୍ରୀମନ୍ଦିର ସେବାୟତ, କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ମାନେ ଅଛନ୍ତି ସେମାନଙ୍କୁ ଆଗାମୀ ଦିନରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ଓ ଚିକିତ୍ସା ମଧ୍ୟ ଠିକ ଭାବେ କରାଯିବ ସେଥି ପ୍ରତି ନଜର ରଖି ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି |