ନୂଆଁ ତିନି ତଲାକ୍ ଆଇନରେ ପ୍ରଥମ ମାମଲା ରୁଜୁ

ତିନି ତଲାକ୍ ଆଇନ ହେବା ପରେ ପ୍ରଥମ ମାମଲା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ରୁଜୁ ହୋଇଛି । ମଥୁରାର କୋଷେଇପଳା ସହରରେ ରହୁଥିବା ମହିଳା ଜୁରମତଙ୍କୁ ହରିଆନାର ଇକରାମଙ୍କ ଝଗଡ଼ା ହେବାରୁ ମାମଲା ସମାଧାନ କରିବାକୁ ଉଦ୍ୟମ କରୁଥିବାବେଳେ ଥାନା ସମ୍ମୁଖରେ ସେ ତିନି ତଲାକ୍ ଦେଇଥିଲେ ।  ଏହି ମାମଲା ପରେ ଜୁରତଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି ।