କ୍ୟାପିଟାଲ ରିଜିଅନ ରିଙ୍ଗ୍‍ ରୋଡ୍‍ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୨୨/୪- : ଜାତୀୟ ରାଜପଥ-୧୬ ସହିତ ସମାନ୍ତରାଳ ଭାବେ ପ୍ରତିଷ୍ଠା ହେବାକୁ ଯାଉଥିବା ୧୧୧.୨
କିଲୋମିଟର ଦୈର୍ଘ୍ୟର କ୍ୟାପିଟାଲ ରିଜିଅନ ରିଙ୍ଗ୍‍ ରୋଡ (ସିଆରଆରଆର)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି
ଅନୁେମୋଦନ କରିଛନ୍ତି । ଏହି ସମାନ୍ତରାଳ ରିଙ୍ଗରୋଡ୍‍ ଖୋରଧା ବାଇପାସ୍‍ -ଭୁବନେଶ୍ୱର -ଆଠଗଡ ସହର –କଟକ
ସହରାଞ୍ଚଳକୁ ସଂଯୋଗ କରିବ ।

ଜାତୀୟ ରାଜପଥ-୧୬ର ରାମେଶ୍ୱର ନିକଟରୁ ଏହି ରିଙ୍ଗ ରୋଡ୍‍ ବାହାରି ଜାତୀୟ ରାଜପଥ-୫୫ର ଗୋବିନ୍ଦପୁର ବାଟ
ଦେଇ ଟାଙ୍ଗି ନିକଟରେ ପୁନର୍ବାର ଜାତୀୟ ରାଜପଥ-୧୬କୁ ସ୍ପର୍ଶ କରିବ ।

କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍‍ଟି ମୁଖ୍ୟତଃ ୬ଲେନ୍‍ ବିଶିଷ୍ଟ ହେବ ଏବଂ ମହାନଦୀ ଉପରେ ମଧ୍ୟ ୬ଲେନ୍‍ର ସେତୁ
ନିର୍ମାଣ କରାଯିବ । ଏହି ସମସ୍ତ ନିର୍ମାଣ କାର୍ଯ୍ୟ ନୂତନ ଭାବେ କରାଯିବା ସହିତ ଜମି ଅଧିଗ୍ରହଣ ସମୟରେ ଅତି କମ୍‍
ପରିମାଣରେ ଜଙ୍ଗଲ, ସବୁଜ ବଳୟ ଏବଂ ଗ୍ରାମଗୁଡିକୁ ପ୍ରଭାବିତ କରିବ । ଏହା ରିଙ୍ଗ ରୋଡ୍‍ ଦ୍ୱାରା ଜାତୀୟ ରାଜପଥ-
୧୬ ଉପରୁ ବହୁ ପରିମାଣରେ ଟ୍ରାଫିକ ଭିଡ ହ୍ରାସ ପାଇବ ।

ରାଜଧାନୀ ଓ ଏହାର ଆଖପାଖ ଇଲାକାର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରିଙ୍ଗରୋଡ୍‍ ବେଶ୍‍ ଗୁରୁତ୍ୱପୂର୍ଣ ଭୂମିକା
ଗ୍ରହଣ କରିବ । ଏଥି ସହିତ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଏହା ବ୍ୟବସାୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ରିଙ୍ଗ ରୋଡ୍‍ ପ୍ରକଳ୍ପ
ପାଇଁ ଜମି ଅଧିଗ୍ରହଣ ସକାଶେ ରାଜ୍ୟ ସରକାର ବଜେଟରେ ୬୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଥିବାବେଳେ
ଅଢେଇ ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।