ସାରା ରାଜ୍ୟରେ ଘର ଘର ବୁଲି ଟୀକାକରଣ କରିବାକୁ ସିଦ୍ଧାର୍ଥଙ୍କ ଦାବୀ

ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସୋମବାରଠାରୁ ଘରଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଭାକ୍ସନ୍ ଦେବା ନିଷ୍ପତିକୁ ସ୍ୱାଗତ କରିବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂହ |

ଶ୍ରୀ ସିଂହ କହିଛନ୍ତି ଯେ ଟୀକାକରଣ କେନ୍ଦ୍ରରେ ଲାଗୁଥିବା ଲମ୍ବା ଧାଡି ଓ ଗହଳି ଯୋଗୁଁ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା କରି କୋଭିଡ ପରୀକ୍ଷା ଓ ଟୀକାକରଣ କୁ ଘର ଘର ବୁଲି କରିବାର ପ୍ରସ୍ତାବ ଟ୍ଵିଟ ଜରିଆରେ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେବା ସହ ଅନୁରୋଧ କରିଥିଲି |

ତେଣୁ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଗାଡିରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଏହି ସେବା ବ୍ରହ୍ମପୁରରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ମିଳିବ ବୋଲି ଜାଣି ମୁଁ ବେଶ ଆନନ୍ଦିତ ସେ କହିଛନ୍ତି | ଏହି କାର୍ଯ୍ୟ ସାରା ରାଜ୍ୟରେ ଆରମ୍ଭ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛନ୍ତି |
କୋଭିଡ ସଂକ୍ରମଣ କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଘର ଘର ବୁଲି ପରୀକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି |