ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ରାସ୍ତାରୁ ଉଠାଇ ଚିକିତ୍ସା କରାଇଲେ ପୂର୍ତ୍ତ ସଚିବ

ରାସ୍ତାକଡରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର |ପୁରୀରୁ ଫେରୁଥିବା ସମୟରେ ସିଫା ଛକ ନିକଟରେ ଦୁର୍ଘଟଣା ର ସମ୍ମୁଖୀନ ହୋଇ ରାସ୍ତା ଡିଭାଇଡର ରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ସଚିବ ତାଙ୍କୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ କୁ ଆଣିଥିଲେ ଏବଂ ତୁରନ୍ତ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ। ଚିକିତ୍ସା ସମୟରେ ସଚିବ ନିଜେ ଉପସ୍ଥିତ ଥିଲେ।

ଏବେ ଆହତ ଜଣକ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି। ଆହତ ଜଣକ ହେଲେ ସାକ୍ଷୀଗୋପାଳ ର ରତ୍ନାକର ପ୍ରଧାନ। ହସ୍ପିଟାଲରେ ପୂର୍ତ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ତାଙ୍କ ଦେଖାଶୁଣା କରିବା ସହ ପରିବାର ଲୋକଙ୍କୁ ଖବର ସୂଚନା ଦେଇଛନ୍ତି |