ମେହବୁବା ମୁଫତି ଗିରଫ

ଶ୍ରୀନଗର()  ଗିରଫ ହେଲେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଗତକାଲି ଠାରୁ ନଜରବନ୍ଦୀରେ ଥିଲେ ମେହବୁବା । ଗିରଫ ହେବା ପରେ ମେହବୁବାଙ୍କୁ ଗେଷ୍ଟ ହାଉସ ନିଆଯାଇଛି ।

କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ କାଶ୍ମୀର ଉପତ୍ୟାକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେଥିଲାଗି କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।