ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ , କଣ ଜାଣନ୍ତୁ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ସହ 5-ଟି ମନ୍ତ୍ରର ଟ୍ରାନ୍ସଫରମେସନ ବା ପରିବର୍ତ୍ତନ ଓ ଇନିସିଏଟିଭ ବା ନୂଆ ସମ୍ଭାବନାର ସଚିବ ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀ ନିଜେ 5-ଟି କାର୍ଯ୍ୟକାରୀତାର ତଦାରଖ କରିବେ ବୋଲି ଘୋଷଣା କରିଥିଲେ ।

ତଦନୁଯାୟୀ ପ୍ରତି ମାସର ଚତୁର୍ଥ ଶନିବାର ବିଭାଗୀୟ ସଚିବମାନେ ନିଜ ନିଜ ବିଭାଗରେ 5-ଟିର କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି।  ଟିମ ୱାର୍କ, ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି ଓ ଟାଇମ ଜରିଆରେ ଟ୍ରାନ୍ସଫରମେସନ ବା ପରିବର୍ତ୍ତନ ଅଣାଯାଇପାରିବ ସେ ମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେ ମଧ୍ୟରୁ ଶ୍ରୀ ପାଣ୍ଡିୟନ ପରିବର୍ତ୍ତନ ଓ ନୂଆ ସମ୍ଭାବନାର ସଚିବ ଦାୟିତ୍ୱ ତୁଲାଇବେ ।