ବିଗବସ ହାଉସରେ ରାହୁଲ ଗାନ୍ଧୀଙ୍କ ଭିଣୋଇଙ୍କ ଏଂଟ୍ରି

ବିଗବସ ୧୩ରେ ଏଂଟ୍ରି ମାରିଛନ୍ତି ଗାନ୍ଧୀ ପରିବାରର ଜାମାତା । ବଲିଉଡ ସୁପରଷ୍ଟାର ଭାଇଜାନ୍ ସଲମାନ ଖାନ୍ ହୋଷ୍ଟ କରୁଥିବା ରିଆଲିଟି ସୋ ବିଗବସ ୧୩ରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ । ୱାଇଲ୍ଡ କାର୍ଡ ଏଂଟ୍ରି ଜରିଆରେ ନିକଟରେ ବିଗବସ ହାଉସରେ ସାମିଲ ହୋଇଛନ୍ତି ଗାନ୍ଧୀ ପରିବାରର ଏହି ସମ୍ପର୍କୀୟ ।

ପ୍ରକୃତରେ ବିଗବସ ହାଉସରେ ଗାନ୍ଧୀ ପରିବାରର ଜାମାତା ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କର ଏଂଟ୍ରି ହୋଇନାହିଁ । ବରଂ ରବର୍ଟଙ୍କର ସମ୍ପର୍କୀୟା ଭଉଣୀ ମୋନିକା ଭଦ୍ରାଙ୍କର ସ୍ୱାମୀ ତେହସିନ୍ ପୁନାୱାଲାଙ୍କର ଏଂଟ୍ରି ହୋଇଛି ।

ତେହସିନ୍ ପୁନାୱାଲା ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମ୍ପର୍କୀୟା ନଣନ୍ଦ ମୋନିକା ଭଦ୍ରାଙ୍କୁ ବିବାହ କରିଛନ୍ତି । ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଭଉଣୀଙ୍କୁ ତେହସିନ ବିବାହ କରିଥିବାରୁ ସେ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମ୍ପର୍କୀୟ ଭିଣୋଇ ପାଲଟି ଯାଇଛନ୍ତି ।


ତେହସିନ୍ କଂଗ୍ରେସ ପାର୍ଟି ଓ ରାହୁଲ୍ ଗାନ୍ଧୀଙ୍କ ଜଣେ ବଡ଼ ସମର୍ଥକ । କଂଗ୍ରେସର ନେତୃତ୍ୱ ନେବା ପାଇଁ ରାହୁଲ ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ତେହସିନ୍ ବିଶ୍ୱାସ କରନ୍ତି । ପେଶାରେ ଓକିଲ ତେହସିନଙ୍କୁ ଅନେକ ଟିଭି ଶୋରେ ମଧ୍ୟ ବିଶେଷଜ୍ଞ ଭାବେ ଦେଖିବାକୁ ମିଳିଥାଏ ।

ବିଗବସ ହାଉସରେ ଏଂଟ୍ରି କରୁକରୁ ତେହସିନ୍ କହିଛନ୍ତି ହାଉସରେ ତାଙ୍କ ଭଳି ଜଣେ ଲିଡରର ଆବଶ୍ୟକତା ରହିଛି । ଆଗକୁ ଦେଖିବାକୁ ବାକି ରହିଲା ବିଗବସ ହାଉସରେ କଣ ହଂଗାମା କରୁଛନ୍ତି ଗାନ୍ଧୀ ପରିବାରର ଏହି ଜାମାତା ।