ବଦଳିବ ସଚିବାଳୟର ନାଁ, ଜାଣନ୍ତୁ କ’ଣ ହେବ ନୂଆ ନାମ

ଭୁବନେଶ୍ବର–   ବଦଳିବ ସଚିବାଳୟର ନାଁ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟର ନାଁ ବଦଳି ଲୋକସେବା ଭବନ ରଖାଯିବ । ଗୃହରେ ବିରୋଧୀ ବାରମ୍ବାର ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ଦାବି ଉପସ୍ଥାପନ କରି ଆସୁଥିଲେ । କାହିଁକି ସଚିବଙ୍କ ଅନୁସାରେ ଏହାର ନାଁ ସଚିବାଳୟ ରହୁଛି,ସେନେଇ ଅନେକବାର ଆପତ୍ତି ମଧ୍ୟ ଉଠୁଥିଲା । ପ୍ରଶାସନକୁ ଆହୁରି ଲୋକାଭିମୁଖୀ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ବୋଲି ଅନୁମାନ କରାଯାଉଛି ।