ପୁଅ ରୋଷେଇ ଜାଣି ନଥିଲେ ବାହା ହେବେନି ଝିଅ

ଝିଅ ଦେଖା ଆରମ୍ବରୁ ପ୍ରଥମ ପ୍ରଶ୍ନ ଝିଅକୁ ହୁଏ | ସେ ରନ୍ଧାବଢ଼ା ଜାଣିଛି ନା ନହିଁ | ଏ ପରମ୍ପରା କାହିଁ କେଉଁ ଅମଳରୁ ଚାଲି ଆସୁଛି | ଝିଅ ଦେଖିବାକୁ ଆସିଥିବା ଗୁରୁଜନଙ୍କ ସହ ପୁଅ ଟି ମଧ୍ୟ ଝିଅ କୁ ପଚାରେ ରୋଷେଇ ବାସ ଆସେ ନା ନାହିଁ ବୋଲି | ପୁଅ ପଚାରିବା ଯେପରି ତାର ଅଧିକାର | ଝିଅ ଟି ଉତ୍ତର ଦେବାକୁ ମଧ୍ୟ ସେତିକି ବାଧ୍ୟ | ଖାଲି ସେତିକି ନୁହେଁ, ବାହା ହେବାକୁ ହେଲେ ରୋଷେଇ ଶିଖିବା ନିହାତି ଆବଶ୍ୟକ | 

ଝିଅ ସ୍ୱାବଲମ୍ବୀ ହେଲେଣି, ରୋଜଗାର କଲେଣି, କିନ୍ତୁ ରୋଷେଇ କରିବା ଯେପରି କେବଳ ଘରର ମହିଳାଙ୍କ କର୍ତବ୍ୟ |ଏଥିରେ ପୁରୁଷଙ୍କର କୌଣସି ଭାଗିଦାରୀ ନାହିଁ | ଏଭଳି ପରମ୍ପରାକୁ ବଦଳେଇବାର ଆହ୍ୱାନ ଦେଇଛନ୍ତି କଟକ ଭୁବନେଶ୍ୱରର ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ | ସେ ଝିଅମାନଙ୍କୁ ଉପଦେଶ ଦେଇଛନ୍ତି ଯେଉଁ ପୁଅ ରୋଷେଇ କରିବାକୁ ମନା କରୁଛି ତାକୁ ବାହା ହେବାକୁ ମନା କରିଦିଅ | 

ନାରୀ ପୁରୁଷ କ୍ଷେତ୍ରରେ ସମାନତା ଆଣିବାକୁ ହେଲେ ସବୁ କାର୍ଯ୍ୟ ମିଳିତ ଭାବେ କରିବାକୁ ପଡିବ ବୋଲି ମତ ଦେଇଛନ୍ତି କମିଶନର | ତେବେ ତାଙ୍କର ଏଭଳି ଉପଦେଶ କେତେ ପୁରୁଷ ଗ୍ରହଣ କରୁଛନ୍ତି ତାହା ଦେଖିବା କଥା |