ରଥ ନିର୍ମାଣ ସମୟରେ କରୋନା ସଚେତନତା କାର୍ଯ୍ୟକ୍ରମ

ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ । ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ଦିଆଯାଇଛି ତାଲିମ । ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ ପାଇଁ ନିୟୋଜିତ ସବୁ ସେବାୟତଙ୍କୁ ସଚେତନ କରାଯାଉଛି । ସଚେତନତା କାର୍ଯ୍ୟ ମଧ୍ୟରେ ଶନିବାର ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।


କରୋନା ମହାମାରୀର ଚିକିତ୍ସା କରୁଥିବା ପୁରୀର ଡାକ୍ତରମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ମହାରଣା ଓ ଭୋଇ ସେବାୟତ ମାନଙ୍କୁ ଏହି ସଚେତନତା କାର୍ଯ୍ୟରେ ସାମିଲ ହୋଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।