ଖଣ୍ଡପଡା ରାଜବାଟୀ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ସମ୍ପନ୍ନ

ପବିତ୍ର  ଦେବସ୍ନାନ ପୁର୍ଣିମା ତିଥିରେ  ଖଣ୍ଡପଡା ରାଜବାଟୀ ମନ୍ଦିର  ପରିସରରେ  ପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ସମ୍ପନ୍ନ ହୋଇଛି | ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ମନ୍ଦିର ପରିସରରେ ନିର୍ମିତ ସ୍ନାନବେଦିରେ ସ୍ନାନଵିଧି ପାଳନ କରାଯାଇଥିଲା | ଗୁରୁବାର ମଧ୍ୟରାତ୍ରରେ ମନ୍ଦିରରେ  ମଙ୍ଗଳଆଳତି କରାଯାଇ ପହଣ୍ଡି କରାଇ ସ୍ନାନବେଦୀକୁ ଆଣିଥିଲେ ସେବାୟତ |

ଶୁକ୍ରବାର ସକାଳେ  ପରମ୍ପରା ଓ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି |ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି  ମହାପ୍ରଭୁ | କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ରୀତିନୀତି ପାଳନ କରାଯାଇ |ସମସ୍ତ ରୀତିନୀତି ପାଳନ ସମୟରେ ଖଣ୍ଡପଡା ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଉପସ୍ଥିତ ଥିଲେ | 

ପରମ୍ପରା ଅନୁଯାୟୀ ଆଜିର  ଦେବସ୍ନାନ ପୂର୍ଣୀମା  ତିଥିରେ ଶ୍ରୀକ୍ଷେତ୍ରରେ  ପ୍ରଭୁଜଗନ୍ନାଥ,ବଳଭଦ୍ର ଓ ମା  ସୁଭଦ୍ରା ଏବଂ ସୁଦର୍ଶନଙ୍କର ୧୦୮ ଗରା  ସୁବାସିତ ଜଳରେ ସ୍ନାନନୀତି ସମାପନ କରାଯାଇଥାଏ। ସେହି  ପରମ୍ପରା ଅନୁଯାୟୀ  ଖଣ୍ଡପଡ଼ା ରାଜବାଟୀ  ଜଗନ୍ନାଥଙ୍କ ମନ୍ଦିର ପରିସରରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନନୀତି ସମ୍ପୂର୍ଣ୍ଣ ହୋଇଛି । ସରକାରଙ୍କ କରୋନା ମହାମାରୀ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ  କଡାକଡି  ନିୟମ ପାଳନ କରାଯାଇ ନିର୍ଧାରିତ ସମୟରେ ମନ୍ଦିରର  ସେବାୟତମାନେ ଠାକୁରଙ୍କୁ ରତ୍ନସିଂହାସନ ରୁ ପହଣ୍ଡି କରି ସ୍ନାନ ମଣ୍ଡପ କୁ ଆଣି ମଙ୍ଗଳା ଅର୍ପଣ କରାଯାଇ ୧୦୮କଳସ ଜଳରେ ସ୍ନାନ କରାଇଥିଲେ । ସ୍ନାନନୀତି ସମ୍ପୂର୍ଣ୍ଣ ହେବା ପରେ  ଚନ୍ଦନ  ଲେପନ କରାଯାଇ  ଠାକୁର ଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା  ।

ଠାକୁର ରତ୍ନସିଂହାସନ ରୁ  ପହଣ୍ଡିରେ  ସ୍ନାନମଣ୍ଡପ ପର୍ଯ୍ୟନ୍ତ ଆସିବା  ଏବଂ  ସ୍ନାନନୀତି ସମ୍ପୂର୍ଣ୍ଣ ହେବା ପଯ୍ୟନ୍ତ  ଖଣ୍ଡପଡା ଯୁବରାଜ  ସିଦ୍ଧାର୍ଥ ଶେଖର ସିଂହ   ଉପସ୍ଥିତ ରହିିବା  ସହ ମହାପ୍ରଭୁଙ୍କ ଆଶୀର୍ବାଦ  ଲାଭକରିଥିଲେ।