ପ୍ରଧାନମନ୍ତ୍ରୀଙ୍କ ରଜ ଶୁଭେଚ୍ଛା

ଓଡିଶାର ଗଣପର୍ବ ରଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |
ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶେଷ ଉତ୍ସବ “ରଜ ପର୍ବ ” ଅବସରରେ ଓଡିଶା ବାସୀଙ୍କୁ ହାର୍ଦିକ ଶୁଭକାମନା |

ଏହି ଅବସର ଆମ ସମାଜରେ ଆନନ୍ଦ ଓ ଭାତୃତ୍ୱକୁ ଆହୁରି ଦୃଢ କରୁ ବୋଲି ମୋଦି କହିଛନ୍ତି | ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ |

ରଜ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି | ଓଡ଼ିଶାର ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢ଼ି ସହ ଓଡ଼ିଶାର ପାରମ୍ପରିକ ଓ ଗଣପର୍ଵ ରଜ ପର୍ବ ଜଡିତ ବୋଲି କହିଛନ୍ତି ଶ୍ରୀ ପ୍ରଧାନ |

ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମଧ୍ୟ ଓଡିଶାବାସୀଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇଛନ୍ତି | ତେବେ କରୋନା ଗାଇଡଲାଇନକୁ ପାଳନକରି ନିଜ ଘରେ ରହି ପରିବାର ସହ ରଜ ପାଳନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଟ୍ୱିଟ ଜରିଆରେ କହିଛନ୍ତି |