ଖଣ୍ଡପଡା ଇତିହାସ ସହ ଅନେକ ଗୋପୀନାଥ ମନ୍ଦିରର ଐତିହ୍ୟ ଜଡିତ, ଅଧିକ ଗବେଷଣା ନେଇ ଅନୁରୋଧ କଲେ ସିଦ୍ଧାର୍ଥ

ଖଣ୍ଡପଡା ଇତିହାସ ଓ ରାଜପରିବାର ଶହ ଅନେକ ଗୋପୀନାଥ ମନ୍ଦିରର ଐତିହ୍ୟ ଜଡିତ ରହିଛି | ୧୫୯୯ ମସିହାରେ ଖଣ୍ଡପଡା ଗଡଜାତର ଅୟମାରମ୍ଭ ହୋଇଥିଲା |  ୪୫୦ ବର୍ଷ ପୁରୁଣା ଖଣ୍ଡପଡା ଇତିହାସକୁ ଅନୁଧ୍ୟାନ କଲେ ଜଣାପଡେଯେ ତତକାଳୀନ ରାଜାମାନେ ଗୋପୀନାଥଙ୍କ ପରମ ଭକ୍ତ ଥିଲେ ଏବଂ ଖଣ୍ଡପଡାର  ଅନେକ ଅଂଚଳରେ ଗୋପୀନାଥ ମନ୍ଦିର ସ୍ଥାପନ କରିଥିଲେ | ତେଣୁ  ଏଏସଆଇ  ଅଧିକ ଗବେଷଣା କଲେ  ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକର ପଦ୍ମାବତୀ ଗ୍ରାମ ନିକଟରେ ମହାନଦୀ ଗର୍ଭରୁ ଠାବ ହୋଇଥିବା ଗୋପୀନାଥ ମନ୍ଦିର ସମେତ ଅନେକ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି  ଖଣ୍ଡପଡା ଯୁବରାଜ ତଥା ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ |

ସେ କହିଛନ୍ତି ଯେ ପଦ୍ମାବତୀ ଅଞ୍ଚଳ ବେଶ ପୁରାତନ |  ଏହି ଅଂଚଳରେ ମହାନଦୀ ଗର୍ଭରେ ଅନେକ ମନ୍ଦିର ଲୀନ ହୋଇଯାଇଥିବାର ସମ୍ଭାବନା ରହିଛି | ତେଣୁ ଅନୁସନ୍ଧାନ ଦ୍ୱାରା କେବଳ ଏହି ଗୋପୀନାଥ ମନ୍ଦିର ନୁହେଁ ବରଂ ସେହି ଅଞ୍ଚଳର ଅଧିକ ମନ୍ଦିର ଓ ମଣିଷଙ୍କ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ପଦାକୁ ଆସିପାରିବ |

ସେ  କହିଛନ୍ତି  ଯେ ମହାନଦୀ ଗର୍ଭରୁ ମିଳିଥିବା ମନ୍ଦିର ମଧ୍ୟ ସେହି ସମୟରେ ରାଜୁତି କରୁଥିବା ରାଜାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବ ବୋଲି କହିଛନ୍ତି ସିଦ୍ଧାର୍ଥ | ତେବେ ଏ ଦିଗରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି |

ଗବେଷକ ତଥା ଇନଟାକ ର ପ୍ରମୁଖ ସଦସ୍ୟ ଶ୍ରୀ ଅନିଲ ଧୀର କହିଛନ୍ତି ଯଦି ଏହି ଭଳି ମନ୍ଦିର ସ୍ଥାନାନ୍ତରଣକୁ ସାଲଭେଜ ଅର୍କିଓଲୋଜି କୁହାଯାଏ | ଯଦି ଏହି ମହାନଦୀ ଗର୍ଭରେ ଠାବ ହୋଇଥିବା ମନ୍ଦିରର ସ୍ତାନାତରଣ କରାଯାଏ ତେବେ ଏହା ଓଡିଶାରେ ପ୍ରଥମ ଘଟଣା ହେବ ବୋଲି ଶ୍ରୀ ଧୀର କହିଛନ୍ତି |

କିଛିଦିନ ତଳେ ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ଗୋପୀନାଥ ମନ୍ଦିରର ଦଧିନଉତି ଆବିଷ୍କୃତ ହୋଇଛି | ଗବେଷକ ତଥା ଐତିହାସିକ ଅନିଲ ଧୀରଙ୍କ ନେତୃତ୍ୱରେ ଇନଟାକ ପକ୍ଷରୁ ‘ମହାନଦୀ  ଅବବାହିକା ଐତିହ୍ୟ ସ୍ଥାନ ପ୍ରଲେଖନ ପ୍ରକଳ୍ପ ‘କାର୍ଯ୍ୟବେଳେ ଏହି ମନ୍ଦିର ଠାବ ହୋଇଛି | ତେବେ ଏହି ମନ୍ଦିର ଠାବ ହେବା କିଛି ନୂଆ ଘଟଣା ନୁହେଁ,  ପ୍ରାୟ ପ୍ରତି 15 ବର୍ଷରେ ଥରେ ଏହି ମନ୍ଦିର ଠାବ ହୋଇଥାଏ |  ତେବେ ସରଭାଇକାଲ ଆର୍କିଓଲୋଜି ପ୍ରକ୍ରିୟାରେ ଏହି ମନ୍ଦିରକୁ ସ୍ଥାନାନ୍ତର କରାଯାଇପାରିବ | ଏହି ପ୍ରକ୍ରିୟାରେ ମନ୍ଦିର ସ୍ଥାନାନ୍ତର କରାଗଲେ ଓଡ଼ିଶାରେ ଏହା ପ୍ରଥମ ଘଟଣା ହେବ ବୋଲି କହିଛନ୍ତି ଶ୍ରୀ ଧୀର |

 
ମନ୍ଦିରଟି ପଂଚଦଶ – ଷୋଡଶ (1401 ରୁ 1600) ଶତାବ୍ଦୀ ବେଳର ବୋଲି ଶ୍ରୀ ଧୀର କହିଛନ୍ତି | ଏହା ପଶ୍ଚିମମୁଖି ମନ୍ଦିର ହୋଇଥିବାବେଳେ ଏହାର ମୁଖଶାଳା ପଢି ଶୈଳୀ ଓ ବିମାନ ରେଖା ଦେଉଳ ଶୈଳୀରେ ରହିଛି | ମନ୍ଦିରର ଉଚ୍ଚତା ପ୍ରାୟ 60 ଫୁଟ ହେବ ବୋଲି ଶ୍ରୀ ଧୀର କହିଛନ୍ତି |


ସ୍କୁବା ଡାଇଭର ସବୀର ବକ୍ସ ଓ ଅନ୍ୟ ଗବେଷକ ଓ ଐତିହ୍ୟ ପ୍ରେମୀ ରବୀନ୍ଦ୍ର କୁମାର ରଣା ଓ ଇନଟାକର  ସଦସ୍ୟମାନେ ସମ୍ପୃକ୍ତ ଅଂଚଳର ମହାନଦୀ ଗର୍ଭରେ  ଥିବା ମନ୍ଦିରକୁ ଠାବ କରିଥିଲେ | ମନ୍ଦିରଟି  ମହାନଦୀର 50 ରୁ 60 ଫୁଟ ତଳେ ରହିଥିବା କହିଛନ୍ତି ସବୀର ବକ୍ସ | ତେବେ ୪୫୦ ବର୍ଷ ପୁରୁଣା  ଏହି  ମନ୍ଦିରର ଅଧିକ ଗବେଷଣାର ଆବଶ୍ୟକତା ରହିଛି |