ସିଧାମୂଳା ମହାନଦୀ ଘାଟରୁ କୁମ୍ଭୀର ଛୁଆ ଉଦ୍ଧାର

ଖଣ୍ଡପଡ଼ା, 27/06 (ସରୋଜ କୁମାର ଚୌଧୁରୀ ): ଖଣ୍ଡପଡା ବ୍ଳକ ଅଧିନ ସିଧାମୂଳା ନିକଟସ୍ଥ ମହାନଦୀ ଘାଟରୁ ଏକ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି | ଶୁକ୍ରବାର ସକାଳେ ମାଛ ମାରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଶ୍ୟାମସୁନ୍ଦର ସାହୁଙ୍କ ଜାଲରେ ଏକ ଛୁଆ ଗମୁଆ କୁମ୍ଭୀର ଧରାପଡିଥିଲା।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବନରକ୍ଷୀ ଜଲି ସାମଲ ଘଟଣା ସ୍ଥଳେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଛୁଆ କୁମ୍ଭୀରଟିକୁ ବନରକ୍ଷୀଙ୍କୁ ହସ୍ତାନ୍ତର କରିଥିଲେ।
ଟିକରପଡା ନିକଟସ୍ଥ ସାତକୋଶିଆ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଉକ୍ତ କୁମ୍ଭୀର ଛୁଆ ଟିକୁ ପଠାଇ ଦିଆଯାଇଥିବା ଜଣାପଡିଛି।