ରାଜନୀତିରେ ସବୁ ସମ୍ଭବ, ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ବିଜେଡିର : ଦାମ ରାଉତ

ମୁଁ ବିଜେଡିରୁ ଅଲଗା ନୁହେଁ | ଦଳ ମୋତେ ବହିଷ୍କାର କରିଦେଇଥିଲା | ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ବିଜେଡିର| ପରିଣତ ବୟସରେ ମୁଁ ବିଜେଡ଼ରେ ସାମିଲ ହେବାକୁ ଚାହୁଁଚି | ରାଜନୀତିରେ ସବୁକିଛି ସମ୍ଭବ | ମୁଁ ବିଜେଡିର କର୍ମୀ ଓ ସମର୍ଥକ ହୋଇ ରହିବାକୁ ଚାହେଁ | ନିଜର ରାଜନୈତିକ ଜୀବନକୁ ଆଗକୁ ବଢାଇବାକୁ ଏଭଳି ନିଜର ମନକଥା ଖୋଲି କହିଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଦାମୋଦର ରାଉତ |
ସେ ଛାତ୍ର ଜୀବନରୁ ବିଜୁବାବୁଙ୍କ ସମର୍ଥକ ଥିଲେ ତେଣୁ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ଦାମ ବାବୁ |

ସେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ କାରଣ ତାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା, ଦଳ ବିରୁଦ୍ଧରେ ବିଷଦଗାର ଦାମ ବାବୁଙ୍କୁ ମହଙ୍ଗା ପଡିଥିଲା| |
ଦୀର୍ଘବର୍ଷ ଧରି ବିଜେଡିରେ ସାମିଲଥିବା ଦାମ ବାବୁଙ୍କୁ ଦଳ ପକ୍ଷରୁ 2019 ସାଧାରଣ ନିର୍ବାଚନ ପୂର୍ବରୁ ବହିଷ୍କାର କରାଯାଇଥିଲା| ସେ ବିଜେପିରେ ସାମିଲ ହୋଇ ବାଲିକୁଦା ଏରସମା ବିଧାନସଭା ଟିକେଟ ବି ହାତେଇ ଥିଲେ | ତାଙ୍କୁ ଦଳର ଷ୍ଟାର ପ୍ରଚାରକ ମଧ୍ୟ କରାଯାଇଥିଲା |ଅନେକ ଅଞ୍ଚଳ ବୁଲି ସେ ବିଜେଡିସରକାରର ଦୁର୍ନୀତି ବିରୁଦ୍ଧରେ ପ୍ରଚାରବି କରିଥିଲେ | ତେବେ ନିର୍ବାଚନ ହାରିଯାଇଥିଲେ ଦାମ ବାବୁ | କିନ୍ତୁ ବିଜେଡି ଟିକେଟରୁ ପାରାଦ୍ବୀପ ଆସନରୁ ନିର୍ବାଚନ ଜିତିଥିଲେ ତାଙ୍କ ପୁଅ ସମ୍ବିତ ରାଉତରାୟ | ଶାସନକ୍ଷମତା ପରିବାର ହାତରୁ ବାହାରିଯାଇନଥିଲା |
ତେବେ ଗତ ବର୍ଷ ଅକ୍ଟୋବର ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ ଦାମବାବୁ|
ଆଉ ଏବେ କହିଛନ୍ତି ବିଜେପି କୁଆଡେ ତାଙ୍କୁ ପ୍ରଲୁବ୍ଧ କରିଥିଲା, ବିଜେପି ଯିବା ତାଙ୍କର ଉଚିତ ନଥିଲା, ଏହା ତାଙ୍କ ଜୀବନର ମସ୍ତବଡ ଭୁଲ |ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଦାମ ବାବୁ କହିଛନ୍ତି
ବିଜେଡି ଖୁବ ଭଲ କାମ କରୁଛି, କରୋନା ମୁକାବିଲାରେ ନବୀନ ବାବୁ ବେଶ ସଫଳ | ବିଜେଡି ଯେତେଶୀଘ୍ର ତାଙ୍କ ବହିଷ୍କାର ଆଦେଶ ଉଠାଇବ ସେ ଖୁସି ହେବେ ବୋଲି କହିଛନ୍ତି ଦାମବାବୁ |
ପ୍ରକୃତରେ ରାଜନୀତିରେ ସବୁକିଛି ସମ୍ଭବ|