ହେରାପଞ୍ଚମୀରେ ମହାପ୍ରଭୁଙ୍କ ରଥ ଭାଙ୍ଗିଲେ ମା ଲକ୍ଷ୍ମୀ ଠାକୁରାଣୀ

ଖଣ୍ଡପଡା, 27/06:(ସରୋଜ କୁମାର ଚୌଧୁରୀ )ପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜର ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡି ଜନ୍ମବେଦୀକୁ ଆସିଛନ୍ତି। ଏଇଥିପାଇଁ ମା ଠାକୁରାଣୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିନ୍ତି । ମା ବିମଳାଙ୍କ ପରାମର୍ଶରେ ମୋହିନୀ ଚୁର୍ଣ୍ଣ ଧରି ମା ଲକ୍ଷ୍ମୀ ପାଲିଙ୍କିରେ ବସି ମହାପ୍ରଭୁଙ୍କ ରଥ ନିକଟକୁ ରାଗ ଜର୍ଜରିତ ହୋଇ ରଥ ର କାଠ ଖଣ୍ଡିଏ ଭାଙ୍ଗନ୍ତି । ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ଗୁଣ୍ଡିଚା ମନ୍ଦିରରେ ସଂଦ୍ଧ୍ୟା ଧୁପ ଚାଲିଥିବାରୁ ଟେରା ପଡିଥାଏ। ଦର୍ଶନ ନପାଇ କେବଳ ଆଞାମାଳ ପାଇ ମା ଲକ୍ଷ୍ମୀ ନାକଚଣା ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରତ୍ଯାବର୍ତ୍ତନ କରିବେ।
ଏହି ପରମ୍ପରା ବଜାୟ ରଖିବା ନିମନ୍ତେ ଖଣ୍ଡପଡ଼ା ରାଜବାଟି ଜଗନ୍ନାଥ ମନ୍ଦିରରେ ମଧ୍ଯ ଏହି ନୀତି ପରମ୍ପରାକୁ ପାଳନ କରାଯିବାର ବିଧି ବିଧାନ ରହି ଆସିଛି।
ଉଚ୍ଚତମ ନ୍ଯାୟଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଖଣ୍ଡପଡା ରାଜପରିବାର ତରଫରୁ ରଥଯାତ୍ରା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବାବେଳେ ଏଠାରେ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇ ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ପାଳନ କରାଯାଉଛି | ଏହି ପରିପ୍ରେକ୍ଷୀରେ ହେରାପଞ୍ଚମୀର ନୀତିକାନ୍ତି ମଧ୍ୟ ସୁଚାରୁରୂପେ ପାଳନ କରାଯାଇଥିବା କହିଛନ୍ତି ଖଣ୍ଡପଡ଼ା ଯୁବରାଜ ସିଦ୍ଧାର୍ଥ ଶେଖର ସିଂ |