ଖଣ୍ଡପଡ଼ା ଚାଲିଛି ବେଆଇନ ପଥର ଖାଦନ, ପ୍ରଶାସନ ନିରବଦ୍ରଷ୍ଟା

By ସରୋଜ କୁମାର ଚୌଧୁରୀ  

ଖଣ୍ଡପଡା, ୩୦/୦୬ : ପ୍ରାକୃତିକ  ସମ୍ପଦ ଘେରା ଖଣ୍ଡପଡ଼ା ଅଞ୍ଚଳର ଚାରିପଟେ  ପ୍ରାଚିର ଭାବରେ ଘେରି ରହିଛି ବିଶାଳ କାୟ ପର୍ବତ ମାଳା | ସତେ ଯେମିତି ରକ୍ଷା କବଚ ସଦୃଶ। ବିଶାଳକାୟ ପଥରରେ ଭରି ରହିଛି ଏହି ପର୍ବତ ମାଳା|  କିଛି ସ୍ବାର୍ଥଲୋଭୀ, ଅସାମାଜିକ ବ୍ଯକ୍ତି ଏହି ପ୍ରାକୃତିକ ସମ୍ପଦ ପଥରକୁ ବେଆଇନ ଭାବରେ ବିସ୍ଫୋରଣ କରାଇ ମାଳତି ମୁଣ୍ଡିଆ,ହନୁମାନ ମୁଣ୍ଡିଆ,ଦହିଖାଇ ମୁଣ୍ଡିଆ ଇତ୍ୟାଦିରୁ ବେପାର କରୁଛନ୍ତି । ପ୍ରଶାସନ ଦେଖି ମଧ୍ୟ  ନୀରବ ଦ୍ରଷ୍ଟା ସାଜିଛନ୍ତି । କାରଣ ଏହି ମାଫିଆମାନେ ହାତଗୁଞ୍ଜା ଦେଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ଚୁପ କରିଦେଇଛନ୍ତି । ଯଦି କୌଣସି ସାଧାରଣ ବ୍ଯକ୍ତି ସ୍ବର ଉତ୍ତୋଳନ କରୁଛନ୍ତି ତେବେ ଏହି ପଥର ମାଫିଆମାନେ ନାଲିଆଖି ଦେଖାଇ ଧମକ ଦେଉଛନ୍ତି । ଚାକିରୀଆ, କଣ୍ଟ୍ରାକ୍ଟର  ଏବଂ ରାଜନେତାଙ୍କ ଭଳି ପ୍ରତିପତ୍ତିସମ୍ପନ୍ନ ଲୋକମାନେ ଏହି ହରିଲୁଟରେ ସାମିଲ ହୋଇଛନ୍ତି । ତେଣୁ ଲୋକମାନେ ଭୟଭୀତ ହୋଇ ଚୁପ ରହୁଛନ୍ତି । ପଥର ମାଫିଆମାନଙ୍କ ବିରୁଦ୍ଧରେ କାର୍ଯନୁଷ୍ଠାନ ଗ୍ରହଣ କରିବା ପାଇଁ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ସାଧାରଣରେ ଦାବୀ ହେଉଛି।