ବୋଲବମ୍ ଯାତ୍ରା ବନ୍ଦ ଯୋଗୁ ଖଣ୍ଡପଡ଼ାରେ ଭକ୍ତଙ୍କ ମନରେ ଅସନ୍ତୋଷ

By ସରୋଜ କୁମାର ଚୌଧୁରୀ

 
ଖଣ୍ଡପଡା, ୦୬/୦୭ : କରୋନା  ମହାମାରି  ଓ  କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି  ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ସରକାର କଟକଣା ଲାଗୁ କରିଛନ୍ତି । ଫଳରେ ପ୍ରତିବର୍ଷ କଣ୍ଟିଲୋ ସ୍ଥିତ ମହାନଦୀ ଘାଟରୁ ପାଣି ଭାର ନେଇ ରାଜ୍ଯର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଶୈବପୀଠକୁ ଯାତ୍ରା କରୁଥିବା ବୋଲବମ୍ ଭକ୍ତମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରାବଣ ମାସର ୪ଟି ସୋମବାରରେ ବିଭିନ୍ନ ଶୈବପୀଠରେ ଜଳରାଶି ନିମନ୍ତେ ଶହଶହ ସଂଖ୍ଯାରେ କାଉଡିଆ ଯାତାୟାତ କରିଥାନ୍ତି । କାଉଡିଆମାନଙ୍କ ଯୋଗୁଁ  ଉଠା ଦୋକାନୀ, ହୋଟେଲ ଓ ବ୍ଯବସାୟ ପ୍ରତିଷ୍ଠାନଗୁଡିକ ଭଲ  ରୋଜଗାର କରୁଥିବା ବେଳେ ଚଳିତ ବର୍ଷ କରୋନା କଟକଣାର ପ୍ରଭାବରେ ସବୁକିଛି ଫିକା ପଡିଯାଇଛି । ରାସ୍ତା ଘାଟରେ  ଆଉ ଏଥର କାଉଡିଆମାନଙ୍କ ଭିଡ ଦେଖିବାକୁ ମିଳିବନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।