ଖଣ୍ଡପଡ଼ା ବ୍ଳକରେ ଦାରିଦ୍ର୍ଯ ଦୂରୀକରଣ ଯୋଜନା ପାଲଟିଛି ପ୍ରହସନ

ଖଣ୍ଡପଡା(ସରୋଜ କୁମାର ଚୌଧୁରୀ) 06/07: ଧନୀଙ୍କୁ ମିଳୁଛି, ହେଲେ ଗରିବଙ୍କୁ ମିଳୁନାହିଁ ପକାଘର।
ଖଣ୍ଡପଡ଼ା ବ୍ଳକ ପ୍ରଶାସନ ପକ୍ଷରୁ ଏକର ଏକର ଜମି ଥିବା ଧନୀଙ୍କ ଶ୍ରେଣୀର ବ୍ଯକ୍ତି ବିଶେଷଙ୍କୁ ବିଜୁପକାଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ମିଳୁଥିବା ବେଳେ ଦାରିଦ୍ର୍ଯର ସିମାରେଖା ତଳେ ବସବାସ କରୁଥିବା ଗରିବ ନୀରିହ ଜନସାଧାରଣଙ୍କ ପାଇଁ ଆବାସ ଯୋଜନା ସାତସପନ ପାଲଟିଥିବା ଅଭିଯୋଗ ହେଉଛି।
ଗରିବ ହିତାଧିକାରୀ ମାନଙ୍କୁ ଉପେକ୍ଷା କରି ଆବାସ ଯୋଜନାରେ ବାସଗୃହ ପ୍ରଦାନ କରାଯାଉନଥିବା ବେଳେ ମୋଟାଅଙ୍କର ହାତଗୁଞ୍ଜାନେଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଜାଲ କାଗଜପତ୍ର ବଳରେ ଯୋଗ୍ୟ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକାଘର ଯୋଜନାରେ ର୍ଗୁହ ନିର୍ମାଣ ନିମନ୍ତେ କାର୍ଯ୍ୟଦେଶପତ୍ର ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି। ଖଣ୍ଡପଡ଼ା ବ୍ଳକରେ ଗରୀବଙ୍କୁ ପକାଘର ପ୍ରଦାନରେ ଅନିୟମିତତା ହେଉଥିବା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେହେଁ ଏଥପ୍ରତି ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ନ ଦେଇ ଅଭିଯୋଗକୁ ଏଡାଇ ଦେଉଥିବାରୁ ସାଧାରଣ ଲୋକ ନ୍ଯାୟ ପାଇବାରୁ ବଞ୍ଚିତ ହେଇଥିବା ଜଣାପଡିଛି।