ପୂର୍ବରୁ ଦୁଇଟି ଦେଶ ମଧ୍ୟରେ ସଂପର୍କର ସେତୁ ରାଜନୈତିକ ବାଧ୍ୟ ବାଧ୍ୟକତା ମଧ୍ୟରେ ଗଢ଼ି ଉଠୁଥିଲା । ବର୍ତମାନ କିନ୍ତୁ ପରିସ୍ଥିତି ଭିନ୍ନ । ଦେଶଗୁଡ଼ିକ ମଧ୍ୟରେ ବିଶେଷତଃ ଭାରତ ସହିତ ଅନ୍ୟ ଦେଶଗୁଡ଼ିକର ସଂପର୍କର ଆଧାର ଅର୍ଥନୈତିକ ଓ ଶକ୍ତି କୂଟନୀତି ଦ୍ୱାରା ନିର୍ଦ୍ଧାରିତ ହେଉଛି ବୋଲି କହିଛନ୍ତି ଆଫ୍ରିକା ମହାଦେଶର ତାଞ୍ଜାନିଆ ଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ବର୍ଷ ଫେବୃଆରୀ ୨୦ ତାରିଖରୁ ନିୟମିତ ଭାବେ ଚାଲି ଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ବକ୍ତୃତାମାଳା (ସୋଫଲ୍)ର ୨୫ତମ ବକ୍ତୃତା ତଥା ରୌପ୍ୟ ଜୟନ୍ତୀ ଅବସରରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ପ୍ରଧାନ । ରୌପ୍ୟ ଜୟନ୍ତୀ ଅବସରରେ ବକ୍ତୃତାର ବିଷୟବସ୍ତୁ ଥିଲା ‘ଅର୍ଥନୀତି ଓ ଶକ୍ତି କୂଟନୀତିର ସାମାନ୍ୟ କଥା’ । ଆଧୁନିକ କୂଟନୀତିକୁ ଅର୍ଥନୀତି ଓ ଶକ୍ତି କିଭଳି ପ୍ରଭାବିତ କରିଛି ସେ ନେଇ ତାଙ୍କର ଅନୁଭୂତି ବଖାଣିଥିଲେ ଶ୍ରୀ ପ୍ରଧାନ ।
ବିଗତ ବର୍ଷରୁ ନିୟମିତ ଭାବେ ଚାଲି ଆସୁଥିବା ଏହି ପାକ୍ଷିକ ବକ୍ତୃତାମାଳାର ରୌପ୍ୟ ଜୟନ୍ତୀ ପାଳନ ସୋଆ ନିମନ୍ତେ ଆଉ ଏକ ସଫଳତାର ନୂଆ ଫର୍ଦ୍ଦ ଯୋଡିଛି ।
‘ସୋଫଲ’ର ଉଦ୍ଘାଟନୀ ଉତ୍ସବରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ‘ସୁସ୍ଥ ଜୀବନୀ ଶୈଳୀ’ ଏବଂ କେନ୍ଦ୍ର ଏନଏସଏସ ନିର୍ଦ୍ଦେଶାଳୟର ଏପିଏ ଡ. କମଳ କୁମାର କର ‘ସ୍ୱେଚ୍ଛାସେବା: ସମୟର ଆହ୍ୱାନ’ ଉପରେ କହିଥିଲେ ।
ଯେଉଁ ବିଶିଷ୍ଟ ବ୍ୟକ୍ତି ବିଶେଷ ‘ସୋଫଲ’ ବକ୍ତୃତାମାଳାରେ ନିଜର ବକ୍ତୃତା ପ୍ରଦାନ କରିସାରିଛନ୍ତି ସେମାନେ ହେଲେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ଡିନ ପ୍ରଫେସର ଗଙ୍ଗାଧର ସାହୁ, ସ୍ୱାଭିମାନର ପ୍ରତିଷ୍ଠାତା ଡକ୍ଟର ଶୃତି ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଭାରତ ସରକାରଙ୍କ ବର୍ହିବ୍ୟାପାର ମନ୍ତ୍ରଣାଳୟର ରାଜ୍ୟ ମୁଖ୍ୟ ଶ୍ରୀ ସି. ରାଜାଶେଖର, ବୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଯୋଗୀ ରଞ୍ଜନ ପାଣିଗ୍ରାହୀ, ଏନସିଆରଟି ଅନ୍ତର୍ଗତ ଭୁବନେଶ୍ୱର ସ୍ଥିତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ପଦାର୍ଥବିଜ୍ଞାନ ପ୍ରଫେସର ବିଜୟ କୁମାର ପରିଡା, ଓଡିଶା ଗୃହନିର୍ମାଣ ଆୟୋଗର ସିଏମଡି ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଏମଜିଏନସିଆରଇର ଅଧ୍ୟକ୍ଷ ଡକ୍ଟର ଡବ୍ଲୁ.ଜି.ପ୍ରସନ୍ନ କୁମାର, ସିମଲା ସ୍ଥିିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିଜର ଅଧ୍ୟକ୍ଷ ପ୍ରଫେସର କପିଲ କପୁର, ହୋ ଚି ମିନ ସିଟିରେ ଅବସ୍ଥାପିତ ଭାରତୀୟ କନସଲ ଜେନେରାଲ ଡକ୍ଟର ମଦନ ମୋହନ ସେଠୀ, ଦକ୍ଷିଣେଶ୍ୱରର ଶ୍ରୀ ଶାରଦା ମଠର ପରିବ୍ରାଜିକା ଦିବ୍ୟାନନ୍ଦ ପ୍ରାଣ, ଭାରତର ଭୂତପୂର୍ବ ରାଷ୍ଟ୍ରପତି କେ.ଆର. ନାରାୟଣନ୍ଙ୍କ ପୂର୍ବତନ ପ୍ରେସ ସଚିବ ଶ୍ରୀ ସତ୍ୟ ନାରାୟଣ ସାହୁ, ଆଇଏମଏସ ଓ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ , ସମାଜ ବିଜ୍ଞାନୀ ତଥା ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଡକ୍ଟର ଭଗବାନ ପ୍ରକାଶ, କେନ୍ଦ୍ର ବୟନ ମନ୍ତ୍ରଣାଳୟର ଉନ୍ନୟନ କମିଶନର ତଥା ଏନଆଇଏଫ୍ଟିର ମହାନିର୍ଦ୍ଦେଶକ ଶ୍ରୀ ଶାନ୍ତମନୁ , ଆଇଆଇଟି ଖଡଗପୁର ସ୍ଥିତ ଭାରତୀୟ ଜ୍ଞାନ ପରମ୍ପରା ଉତ୍କର୍ଷ କେନ୍ଦ୍ରର ପ୍ରଫେସର ସୋମେଶ କୁମାର , ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ବରିଷ୍ଠ ସଚିବ ଶ୍ରୀ ୟୁ.ପି. ସିଂ, ତ୍ରିନିଦାଦ ଓ ଟୋବାଗୋରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଶ୍ରୀ ଅରୁଣ କୁମାର ସାହୁ, ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ବରିଷ୍ଠ ଫେଲୋ ପ୍ରଫେସର ରାଜାରାମ ପଣ୍ଡା, ସୋଆ ଆଉଟରିଚ ପ୍ରୋଗ୍ରାମ ଓ ଆର୍ନ୍ତଜାର୍ତିକ ସଂପର୍କର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଖମାରୀ ଶର୍ମା, ଭାରତ ସରକାରଙ୍କ ବର୍ହିବ୍ୟାପାର ମନ୍ତ୍ରଣାଳୟର ଅତିରକ୍ତ ସଚିବ ଡ. ଏଭିଏସ ରମେଶ କୁମାର ଓ ବିଦେଶ ମନ୍ତ୍ରଣାଳୟର ଇଷ୍ଟ ଓ ସାଉଥ ଆଫ୍ରିକା ଡିଭିଜନର ଜଏଂଟ ସଚିବ ଶ୍ରୀ ପୁନିତ ରଏ କୁଣ୍ଡଲ ।
କ୍ରମାନୁଯାୟୀ ବକ୍ତୃତାମାଳାର ପ୍ରସଙ୍ଗ ଗୁଡିକ ହେଲା: ଛାତ୍ର- ଶିକ୍ଷକ ସଂପର୍କ ଏକ ନୈସର୍ଗିକ ଅବଦାନ, ସମ୍ମିଳିତ ସମାଜ ଗଠନରେ ଭିନ୍ନ ପ୍ରକାରର ଚିନ୍ତା ଜରୁରୀ, କୋଭିଡ ପରର୍ବତୀ ଶିକ୍ଷା, ମାନବ ଜୀବନ : ପେଶାରେ, ଭାବନାରେ ଓ ଆଧ୍ୟାତ୍ମରେ ଉତ୍କର୍ଷତାର ଅନ୍ୱେଷଣ, ମାନବୀୟ ମୂଲ୍ୟବୋଧ ସହିତ ଅର୍ଥନୈତିକ ପ୍ରଗତିର ସନ୍ତୁଳନ, ବିଲକ୍ଷଣ ପ୍ର୍ରତିଭାଧାରୀ, ନୈତିକତାର ପ୍ରଶ୍ନ, ସୁସ୍ଥ ସମାଜ ପାଇଁ ଅଧ୍ୟାତ୍ମ, ଭାରତୀୟ ଜ୍ଞାନ ପରଂପରାକୁ ଆଧୁନିକ ଶିକ୍ଷା ସହିତ କିପରି ଯୋଡି ହେବ, କୋଭିଡ ମହାମାରୀ ଭିତରେ ଆତ୍ମବିଶ୍ୱାସ ଭରା ଭାରତ, ଭାରତୀୟ ସ୍ୱାଧୀନତାରେ ୭୫ ତମ ବର୍ଷର ଅବ୍ୟବହୌିତ ପୂର୍ବରୁ ଯୁବବର୍ଗଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ, ଚିରସ୍ଥାୟୀ ବିଶ୍ୱ ବ୍ୟବସ୍ଥା ପାଇଁ ଅହିଂସା ହେଉଛି ନିଃସର୍ତ ଆବଶ୍ୟକତା, ସୁଷମ ଖାଦ୍ୟ ଓ ଜୀବନଶୈଳୀ, ସ୍ୱେଚ୍ଛାସେବୀ କିଏ? ମନ ସବୁଠୁ ବେଶୀ ମହତ୍ୱ ରଖେ, ଆଧୁନିକ ବ୍ୟବସ୍ଥାର ବିକାଶ: ବିଶ୍ୱକୁ ଭାରତର ଅବଦାନ, ମୋର ଯାତ୍ରା, ଆମ ସମସ୍ତଙ୍କୁ ଜାଣିବାକୁ ହେବ ସେହି ଗାନ୍ଧୀଙ୍କୁ, ଇତିହାସର ଆଖିରେ ଭାରତ ଓ ଜାପାନ , ଗଣିତ ଓ ଜ୍ୟୋର୍ତିବିଜ୍ଞାନକୁ ଭାରତ ଅବଦାନ, ୭୫ରେ ଭାରତ ଓ ୧୦୦ ପାଇଁ (ପୁରୋଦୃଷ୍ଟି) ଭିଜନ, ଭାରତୀୟ କୂଟନୀତିରେ ପୂର୍ବ ଓ ଦକ୍ଷିଣ ଆଫ୍ରିକାର ବିଶେଷ ସ୍ଥିତି ।
କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ପ୍ରେରଣା, ପ୍ରତିଷ୍ଠାତା – ସଭାପତି ପ୍ରଫେସର ମନୋଜ କୁମାର ନାୟକଙ୍କ ଅକୁଣ୍ଠ ସହଯୋଗ, ସମସ୍ତ ସୋଫଲ ବକ୍ତାଙ୍କ ମହାନତା ତଥା ସୋଆ ଆଉଟରିଚ ପ୍ରୋଗ୍ରାମ ଅନ୍ତର୍ଗତ ସମସ୍ତ କାର୍ଯ୍ୟକର୍ତା ଏବଂ ବିଶେଷକରି ଦୀର୍ଘ ଏକ ବର୍ଷ ଧରି ଜଣା ଅଜଣା ସମସ୍ତ ବିଦଗ୍ଧ ଶ୍ରୋତାଙ୍କ ନିରନ୍ତର ଉପସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ।