ବିଜେବି ଫ୍ରେଣ୍ଡ୍ସ ଦ୍ୱାରା ଗାନ୍ଧୀ ଦର୍ଶନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ପାଳିତ

ଯୁବପିଢ଼ି ମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶର ବାର୍ତ୍ତା ପହଞ୍ଚାଇବାକୁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଆର୍ଥିକ ସହାୟତାରେ ଓ ବିଜେବି କଲେଜ ପୁର୍ବତନ ଛାତ୍ରଛାତ୍ରୀ ସଂଘ ବିଜେବି ଫ୍ରେଣ୍ଡ୍ସ ଆନୁକୁଲ୍ୟରେ ବିଜେବି କଲେଜରେ “ୟୁଥ୍ ରିମେମ୍ଵରିଙ୍ଗ ଗାନ୍ଧୀ” ଉତ୍ସବ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ଗାନ୍ଧୀ ପିସ୍ ଫାଉଣ୍ଡେସନର ଓଡ଼ିଶା ମୂଖ୍ୟ ଜଷ୍ଟିସ ମନୋରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ବିଜେବି କଲେଜର ଅଧ୍ୟକ୍ଷା ପ୍ରଫେସର ଝୁମକୀ ପରଥ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ୍ ରସିଦ୍ ଖାନ୍ ଓ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଏଚ୍.କେ.ଦାସ, ଡେପୁଟି ଜେନେରାଲ ମ୍ୟାନେଜର ହରଦିପ୍ ସିଂ ସିନ୍ଧୁ, ରିଜିଓନାଲ୍ ଶ୍ରୀ ନିରଞ୍ଜନ ବାରିକ ଓ ଗାନ୍ଧୀ ପିସ୍ ଫାଉଣ୍ଡେସନ ଭୁବନେଶ୍ୱର ଭାଗର ଅଧ୍ୟକ୍ଷ ତଥା ଶ୍ରୀ ବିରୁପାକ୍ଷ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ଦେଇଥିଲେ।

ଏହି ଉତ୍ସବରେ ପୂର୍ବରୁ ମହାତ୍ମାଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ କରାଯାଇଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ରଚନା, ବକ୍ତୃତା ଓ କୁଇଜ୍ ପ୍ରତିଯୋଗୀତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ନଗଦ ରାଶି, ମାନପତ୍ର ତଥା ଫଳକ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।

ଉକ୍ତ ଉତ୍ସବରେ ବିଜେବି ଫ୍ରେଣ୍ଡ୍ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ସଭାପତିତ୍ଵ କରି ସ୍ଵାଗତ ଭାଷଣ ଦେଇଥିବା ବେଳେ ଓ ସଂପାଦକ ସତ୍ୟବ୍ରତ ଧୂପାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ହାରୁନ୍ ରସିଦ୍ ଖାନ୍, କୃଷ୍ଣ ଚନ୍ଦ୍ର ପାତ୍ର, ରାଜକିଶୋର ଚୌଧୁରୀ, ଗଜେନ୍ଦ୍ର ବେହେରା, ଶ୍ୟାମସୁନ୍ଦର ପଟ୍ଟନାୟକ, କେଦାର ପଟ୍ଟନାୟକ ତଥା କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଏ ଉତ୍ସବକୁ ଅଧ୍ୟାପିକା ଡକ୍ଟର ନମିତା ପଟ୍ଟନାୟକ ଓ ସଂପ୍ରିତି ପଣ୍ଡା ପରିଚାଳନା କରିଥିଲେ।