ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ଭୋପାଳ: ଶେଷରେ ପୋଲିସ କବଜା କୁ ଆସିଲା  ଉତ୍ତର ପ୍ରଦେଶର  ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଛି ।

ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ  ପୋଲିସ ତାଙ୍କୁ ଗିରଫ କରିଥିଲା। ଉତ୍ତରପ୍ରଦେଶର  ମୁଖ୍ୟ ସଚିବ ଅବିନାଶ ଅବସ୍ଥିଙ୍କ କହିବା ଅନୁଯାୟୀ, ମହାକାଳ ମନ୍ଦିର ଥାନାରେ ବିକାଶ  ଆତ୍ମସମର୍ପଣ କରିଛି। ତାଙ୍କୁ  ସେଠାରୁ ଏକ ଅଜଣା ସ୍ଥାନକୁ ନିଆଯାଇଛି। ଶୁକ୍ରବାର  ସୁଦ୍ଧା ବିକାଶକୁ ଏସଟିଏଫ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶ ପୁଲିସ୍‌ ବିକାଶକୁ ଉତ୍ତର ପ୍ରଦେଶ ପୁଲିସ୍‌କୁ କୋର୍ଟଙ୍କ ଅନୁମତି କ୍ରମେ ହସ୍ତାନ୍ତର କରିବ ।


ସୂଚନାଥାଉ କି, ବିକାଶଙ୍କୁ ବୁଧବାର ଫରିଦାବାଦ୍‌ରେ ଦେଖିବାକୁ ମିଳିଥିଲା। ସେଠାରୁ ସେ  ଉଜ୍ଜୈନି କିପରି ଗଲା  ସେ ନେଇ ଛାନ୍‌ଭିନ୍‌ ଜାରି ରହିଛି ।


ମିଳିଥିବା ସୂଚନା ଅନୁସାରେ ବିକାଶ ମହାକାଳ ମନ୍ଦିର ଥାନାରେ ପହଞ୍ଚି ନିଜକୁ ‘ମୁଁ ବିକାଶ ଦୁବେ’ କହି ଚିତ୍କାର କରିଥିଲା। ଏହାପରେ ସେଠାରେ ଥିବା ପୋଲିସ ତାକୁ ଗିରଫ କରି ଫ୍ରିଗଞ୍ଜ ଥାନା ନେଇ ଯାଇଥିଲେ। ଏହାପରେ ୟୁପି ପୋଲିସକୁ ଖବର ଦିଆଯାଇଥିଲା ଏବଂ ବିକାଶର ଗିରଫଦାରୀ ଫଟୋ ମଧ୍ୟ ୟୁପି ପୋଲିସକୁ ଦିଆଯାଇଥିଲା ।

ଏହାପରେ ସେ ବିକାଶ ଦୁବେ ବୋଲି ସ୍ପଷ୍ଟ ହୋଇଥିଲା ।


କାନପୁର ଚୁବେପୁରରେ ପଳାତକ ବିକାଶ ପ୍ରଥମେ ଦିଲ୍ଲୀ-ଏନସିଆରରେ ପହଞ୍ଚିଥିଲା।  କିନ୍ତୁ ପୋଲିସର କ୍ରୋଧ ପରେ ସେ ପୁଣି ମଧ୍ୟପ୍ରଦେଶର ଉଜ୍ଜୈନୀ ଜିଲ୍ଲାରେ ପହଞ୍ଚିଥିଲା। ସେଠାରେ ମଧ୍ୟପ୍ରଦେଶ ପୋଲିସ ତାକୁ ଗିରଫ କରିଥିଲା ।


ସୂଚନାଥାଉ କି, ଶୁକ୍ରବାର ଦିନ କାନପୁରରେ ୮ ଜଣ ପୁଲିସ୍‌ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା।  ଗୁରୁବାର ସକାଳେ ପୋଲିସ ଏନକାଉଣ୍ଟରରେ  ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଛନ୍ତ |