ରୋଡ୍ ରୋମିଓକୁ ପାନେ, ଛେଚା ଖାଇଲା ଯୁବକ

ଜଳେଶ୍ବର : ରୋଡ୍ ରୋମିଓକୁ ନିସ୍ତୁକ ମାଡ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋପ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସ୍ତାରେ ଯାଉଥିବା କଲେଜ ଛାତ୍ରୀ ଏବଂ ମହିଳାମାନଙ୍କୁ ପଞ୍ଚୁଘଣ୍ଟା ଗାଁର ସହିଲ ଖାନ୍ ଅଶ୍ଳୀଳ ଇଗିଂତ କରିବା ସହିତ ଅଶୋଭନୀୟ ଆଚରଣ ଦେଖାଉଥିଲେ ।

ତେବେ ଏହାକୁ ଦେଖି ସେହି ରାସ୍ତା ରେ ଯାଉଥିବା ଅନ୍ୟ ଗ୍ରାମବାସୀମାନେ ସମ୍ପୃକ୍ତ ଯୁବକଙ୍କୁ କୌଣସି ମତେ କାବୁ କରିନେଇ ନିକଟରେ ଥିବା ଏକ ନଡିଆ ଗଛରେ ବାନ୍ଧି ପକାଇବା ସହିତ ନିର୍ଧୁମ ଛେଚିଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଥିଲା । ତେବେ ଯୁବକ ଜଣକ ଆଗରୁ ମଧ୍ୟ ଅନେକ ଥର ଏଭଳି ଆଚରଣ ଦେଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।