ଆଠମଲ୍ଲିକ ଗଡ଼ଜାତ ର ଚୌରାଳିସ ତମ ରାଜା ପ୍ରଦୀପ ଚନ୍ଦ୍ର ଦେଓ ଙ୍କର ଶନିବାର ସକାଳ ସମୟରେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇ ଯାଇଚି..ମୃତ୍ୟୁ ସମୟରେ ତାଙ୍କୁ ସତାଅଶୀ ବର୍ଷ ବୟସ ହୋଇଥିଲା…

କିଛି ଦିନ ହେବ ସେ ଅସୁସ୍ଥ ଥିଲେ…ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ପରେଶ ଦେଓ, ପୁତୁରା ତଥା ଖଣ୍ଡପଡ଼ା ର ରାଜା ଓ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ଦୁଇ ନାତି ବିଶ୍ଵରାଜ ଓ ପୃଥ୍ଵୀ ରାଜ୍ ଉପସ୍ଥିତ ଥିଲେ…ପୁରୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନ ନାତି ପୃଥ୍ୱୀରାଜ ମୁଖାଗ୍ନି ଦେଇଥିଲେ..ତାଙ୍କ ମୃତ୍ୟୁରେ ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି…