ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ଗଧ ଦୁଗ୍ଧରୁ ଆଂଟି ଏଜିଙ୍ଗ ସାବୁନ୍ ପ୍ରସ୍ତୁତ

ତ୍ୱଚାରେ ବାର୍ଦ୍ଧକ୍ୟର ଚିହ୍ନକୁ ହ୍ରାସ କରାଇବା ସହ ଶରୀରରେ ଚମକ ଆଣିବା ଦିଗରେ ସହାୟକ ହୋଇପାରୁଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ୍ । ପ୍ରସାଧନ ନିମନ୍ତେ ପ୍ରସ୍ତୁତ ସାମଗ୍ରୀରେ ଯୋଡ଼ି ହୋଇଯାଇଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ । ଏଭଳି ପ୍ରସାଧନକାରୀ ଉତ୍ପାଦ ପ୍ରସ୍ତୁତ କରିଥିବା ଷ୍ଟାର୍ଟଅପ୍‌ର କାର୍ଯ୍ୟ ସାମ୍ନାକୁ ଆସିଛି ।

ଉତର ପ୍ରଦେଶର ପୂଜା କୌଲ୍ ନାମକ ଜଣେ ଗବେଷିକା ଅର୍ଗାନିକୋ ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ଲଦାଖ ଅଂଚଳରୁ ଗଧଙ୍କ ଦୁଗ୍ଧ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାରର ସାବୁନ୍ ପ୍ରସ୍ତୁତ କରିଛନ୍ତି । ଲିଟର ପ୍ରତି ୧୩୦୦ ଟଙ୍କା ମୂଲ୍ୟର ଗଧ ଦୁଗ୍ଧରେ ଅଧିକ ପରିମାଣର ଆଂଟି ଏଜିଙ୍ଗ୍‌, ନ୍ୟୁଟ୍ରାସ୍ୟୁଟିକାଲ୍‌, ଆଂଟିବାୟୋଟିକ୍ ଏବଂ ପୁଷ୍ଟିକାରକ ପଦାର୍ଥ ରହିଛି ।

ଏହି ସାବୁନ୍‌ର ବ୍ୟବହାରର ୪ ରୁ ୫ ସପ୍ତାହ ମଧ୍ୟରେ ଏହାର ସୁଫଳ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପୂଜା । ୩ ବର୍ଷ ମଧ୍ୟରେ ଆମେ କୌଣସି କେମିକାଲ୍ ବ୍ୟବହାର ନ କରି ଆଂଟି ଏଜିଙ୍ଗ୍‌, ଆଂଟି ଆକ୍ନେ, ଆଂଟି ପିଗ୍‌ମେନ୍‌ଟେସନ୍ ଏବଂ ହାଇଡେଟିଙ୍ଗ୍ ସାବୁନ୍‌ର ଉତ୍ପାଦନ କରିଛୁ ବୋଲି ସେ କହିଛନ୍ତି । ଏହି ସାବୁନର ବଜାର ଦର ଗୋଟିକୁ ୫୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।

ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସରୁ ଅଧ୍ୟୟନ କରିଥିବା ପୂଜା ପାଠ ପଢା ସମୟରୁ ହିଁ ଏହି ଗବେଷଣା ଆରମ୍ଭ କରିଥିଲେ | ତାଙ୍କ ଷ୍ଟାର୍ଟଅପ ରେ ୫ ଜଣ ସଦସ୍ୟ ଅଛନ୍ତି |

ଗୋ ଦୁଗ୍ଧରୁ ୫ ପ୍ରକାରର ସାବୁନ ପ୍ରସ୍ତୁତ କରୁଛି ଏହି ଷ୍ଟାର୍ଟଅପ |

ଗଧଙ୍କ ସଂଖ୍ୟା କମି ଯାଇଥିବାରୁ ଏମାନଙ୍କୁ ପୋଷୁଥିବା ମାଲିକମାନଙ୍କୁ ସହାୟତା କରିବା ଆମର ଅନ୍ୟ ଏକ ଉଦେଶ୍ୟ ବୋଲି ପୂଜା କହିଛନ୍ତି |

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଦୁଇ ଦିନିଆ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ ଏଭଳି ପ୍ରସାଧନକାରୀ ଉତ୍ପାଦ ପ୍ରସ୍ତୁତ କରିଥିବା ଷ୍ଟାର୍ଟଅପ୍‌ର କାର୍ଯ୍ୟ ସାମ୍ନାକୁ ଆସିଛି ।