ପୂର୍ବତନ ମନ୍ତ୍ରୀ ହରିହର ସିଂହ ମର୍ଦ୍ଦରାଜଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ


ଖଣ୍ଡପଡ଼ାର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ରାଜବାଟୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ।


ଖଣ୍ଡପଡ଼ାର ପୂର୍ବତନ ବିଧାୟକ, ଯୁବରାଜ ତଥା ସ୍ୱର୍ଗତ ମର୍ଦ୍ଦରାଜଙ୍କ ନାତି ଶ୍ରୀ ସିର୍ଦ୍ଧାର୍ଥଶେଖର ସିଂହ ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।


କାର୍ଯ୍ୟକ୍ରମକୁ ଆଇନଜୀବୀ ବିକ୍ରମ କେଶରୀ ଦେଓ ସଂଯୋଜନା କରିଥିବା ବେଳେ ବରିଷ୍ଠ ଆଇନ୍‌ଜୀବି ଗିରିଜା ଶଙ୍କର ତରାସିଆ, ଅଧ୍ୟାପକ ଜଗଦୀଶ ମହାପାତ୍ର, ଗୋଦାବରୀଶ ମିଶ୍ର, ବିଜେଡି ନଗର ସଭାପତି ସତ୍ୟନାରାୟଣ ବାରିକ, ଚିତରଞ୍ଜନ ମିଶ୍ର, ନିଗମାନନ୍ଦ ଦାଶ, ତ୍ରିନାଥ ବେହେରା ଓ ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ସମେତ ଖଣ୍ଡପଡ଼ା ଏନ୍‌ଏସିର ବହୁ ଜନସାଧାରଣ ଯୋଗ ଦେଇ ସ୍ୱର୍ଗତ ହରିହରସିଂହଙ୍କ ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।


କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଖଣ୍ଡପଡ଼ା ଗଡ଼ଜାତର ଶେଷ ରାଜା ସ୍ୱର୍ଗତ ହରିହରସିଂହଙ୍କର ସ୍ମୃତିଚାରଣ କରିଥିଲେ ।


ସେହିପରି ଖଣ୍ଡପଡ଼ା ଏନ୍‌ଏସି ଅଧିନସ୍ଥ ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ସ୍ୱର୍ଗତ ସିଂହଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ବିଦ୍ୟାଳୟର ପୂର୍ବତନ ଛାତ୍ର ଓ ବୁଦ୍ଧିଜୀବିମାନେ ତାଙ୍କର ସ୍ମୃତିଚାରଣ କରିଥିଲେ ।