ସର୍ବ କନିଷ୍ଠ ଫୁଟବଲ୍ ଖେଳାଳି ଲୁକା ରୋମେରୋ

ସ୍ପାନୀଶ ପ୍ରଫେସ୍‌ନାଲ୍ ଲିଗ୍‌ରେ ସର୍ବକନିଷ୍ଠ ଫୁଟବଲ୍ ଖେଳାଳି ଭାବେ ଖେଳିବାରେ ରିଅଲ୍ ମାଲୋର୍କାର ଲୁକା ରୋମେରୋ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେଭିଲାରେ ଖେଳାଯାଇଥିବା ସେଲ୍‌ଟା ଭିଗା ବିପକ୍ଷ ମ୍ୟାଚ୍‌ରେ ଲା ଲିଗାରେ ପଦାର୍ପଣ କରିଥିବା ଲୁକା ୧୫ ବର୍ଷ ୨୧୯ ଦିନରେ ପଦାର୍ପଣ କରି ୮୧ ବର୍ଷର ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ।

ଫୁଟବଲ ଜଗତରେ ସାମ୍‌ସନ୍ ଭାବେ ପରିଚିତ ଫ୍ରାନ୍‌ସିସ୍କୋ ୧୯୩୯ରେ ୧୫ ବର୍ଷ ୨୫୫ରେ ପଦାର୍ପଣ କରି ଲା ଲିଗା ଖେଳିବାରେ ସର୍ବକନିଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । କିନ୍ତୁ ରୋମେରୋ ଏହି ରେକର୍ଡକୁ ଚଳିତବର୍ଷ ଜୁନ୍ ୧ରେ ମାଲୋର୍କା ସିନିୟର୍ ଟିମ୍ ସହ ଅଭ୍ୟାସ୍ କରୁଥିଲେ । ଆକ୍ରାମଣାତ୍ମକ ମିଡ୍ ଫିଲ୍ଡର ଭାବେ ରୋମେରୋ ମ୍ୟାଚର ୮୩ ମିନିଟ୍ ରେ ବଦଳ ଖେଳାଳି ଭାବେ ପଡିଆକୁ ପଦାର୍ପଣ କରିଥିଲେ । ମେକ୍ସିକୋରେ ଜନ୍ମ ଗ୍ରହଣ କରିଥିବା ଏହି ଉଦୀୟମାନ ଖେଳାଳି ଆର୍ଜଂଟିନାରେ ବସବାସ କରୁଛନ୍ତି । ରୋମେରୋ ଆର୍ଜେଂଟିନା ଅଣ୍ଡର ୧୫ ଫୁଟବଲ ଟିମ୍ ପକ୍ଷରୁ ଖେଳିସାରିଛନ୍ତି ।