ମହାନାୟକ ମହାମାରୀ ସଂକ୍ରମିତ

ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ଅମିତାଭ ଟ୍ଵିଟ୍ରେ ଲେଖିଛନ୍ତି, ମୋ ଶରୀରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୋ ପରିବାର ଏବଂ ଅନ୍ୟ ସଦସ୍ୟଙ୍କ କରୋନା ଟେଷ୍ଟ  କରାଯାଇଛି। ସେମାନଙ୍କ ରିପୋର୍ଟ ଆସିବା ବାକି ରହିଛି। ଗତ ୧୦ ଦିନରେ ଯେଉଁମାନେ ମୋର ନିକଟତର ହୋଇଛନ୍ତି ସେମାନେ ନିଜର ଟେଷ୍ଟ କରାନ୍ତୁ ବୋଲି ମୁଁ ଅନୁରୋଧ କରୁଛି ।

ସୂଚନାଅନୁସାରେ ଲକ୍‌ଡାଉନ୍ ପରଠୁ ବିଗ ବି ନିଜର ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ହସ୍ପିଟାଲ ଯାଇପାରିନଥିଲେ। ଏବେ ସ୍ଥିତି  ଟିକେ ସ୍ଵାଭାବିକ ହେବାରୁ ଏବଂ ତାଙ୍କର କିଛି ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବାରୁ ଶନିବାର ସନ୍ଧ୍ୟାରେ ସେ ନିଜ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ନାନାବତୀ ହସ୍ପିଟାଲ ପହଞ୍ଚିଥିଲେ। ଟେଷ୍ଟ ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା |

ଏହି ମହାନାୟକଙ୍କର ଆମେ ଆଶୁ ଆରୋଗ୍ୟ କାମନା କରୁଛୁ |