ଶାହାଙ୍କ ଗସ୍ତ ବେଳେ ନେତାଙ୍କୁ ଦଳୀୟ କାର୍ଯ୍ୟାଳୟ ମନା…

ବର୍ଷା ରେ ଭିଜିଲେ ବିଜେପି ନେତା :

ରାଜ୍ୟର ବୁଥ୍ ସଂଗଠନକୁ ସଶକ୍ତ କରିବା ପାଇଁ ଓଡିଶା ଗସ୍ତ ସମୟରେ ଦଳୀୟ କାର୍ଯ୍ୟାଳୟ ରେ ଗୃହମନ୍ତ୍ରୀ ଅମିତ ଶାହା ବିଜେପି ନେତାଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ଆଗାମୀ ନିର୍ବାଚନରେ ପାର୍ଟିକୁ ଜିତାଇବା ପାଇଁ ଦଳୀୟ ପଦାଧିକାରୀ, ବିଧାୟକ, ସାଂସଦ ଓ କୋର କମିଟିକୁ ଦେଇଛନ୍ତି ଟିପ୍ସ | ଲୋକମାନଙ୍କର ଅସୁବିଧା, ଅବ୍ୟବସ୍ଥା, ଦୁର୍ଗତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଜନଆନ୍ଦୋଳନ କରିବା ପାଇଁ ଆହ୍ୱାନ ବି ଦେଇଛନ୍ତି | ପଂଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ଜନଆନ୍ଦୋଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି | ଆଗାମୀ ନିର୍ବାଚନରେ ପାର୍ଟିକୁ ଜିତାଇବା ପାଇଁ ଦଳୀୟ ପଦାଧିକାରୀ, ବିଧାୟକ, ସାଂସଦ ଓ କୋର କମିଟିକୁ ଗୁରୁମନ୍ତ୍ର ଦେଇଛନ୍ତି । ଦଳୀୟ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ଏ ସମ୍ପର୍କରେ ରାଜ୍ୟର ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି । କିନ୍ତୁ ଶାହ ଙ୍କର ଏହି ଆହ୍ୱାନ ଦଳର ଅଧିକାଂଶ ବିଜେପି ନେତାଙ୍କ ପାଖରେ ବି ପହଂଚି ପାରିନି | କାରଣ ଦଳୀୟ କାର୍ଯ୍ୟାଳୟ ରେ ଶାହ ଙ୍କ ବୈଠକ ସମୟରେ ନବ ନିର୍ବାଚିତ ଦଳୀୟ ପଦାଧିକାରୀ ଓ ନିର୍ଦିଷ୍ଟ କୋଟରୀ ର ନେତା ଙ୍କୁ ଛାଡିଦେଲେ ଅନ୍ୟ ନେତାଙ୍କୁ ଅନୁମତି ନଥିଲା | ଏପରିକି ପୂର୍ବତନ ବିଧାୟକ, ସାଂସଦ ଓ ମନ୍ତ୍ରୀ ଙ୍କୁ ବି କାର୍ଯ୍ୟାଳୟ ଭିତରକୁ ଛଡ଼ାଯାଇ ନଥିଲା | ସେମାନେ ଭିତରକୁ ଯିବାକୁ ଚାହିଁଥିଲେ ମଧ୍ୟ ପାର୍ଟି ଅଫିସ ବାହାରେ ଜଗିଥିବା ପ୍ରାଇଭେଟ କମ୍ପାନୀ ର ସିକ୍ୟୁରିଟି ଗାର୍ଡ ତାଙ୍କୁ ବିନା ପାସ ରେ ଭିତରକୁ ଯାଇପାରିବେନି ବୋଲି ରୋକ ଠକ ଶୁଣାଇ ଦେଇଥିଲା | ଫଳରେ ବର୍ଷା ରେ ଓଦା ହୋଇ ବିଜେପି ନେତାଙ୍କୁ ଦଳୀୟ କାର୍ଯ୍ୟାଳୟ ବାହାରେ ଛିଡା ହୋଇ ରହିବାକୁ ପଡିଥିଲା | ତେବେ ବର୍ଷା ଜୋର ହେବାରୁ ଏହି ସିକ୍ୟୁରିଟି ଗାର୍ଡ ଙ୍କୁ ଠେଲି ଜୋର ଜବରଦସ୍ତ ମଞ୍ଚ ନିକଟକୁ ପଶିଯାଇଥିଲେ କେତେକ ଦଳୀୟ ନେତା ଓ କର୍ମୀ |ତେବେ ଦଳ କାର୍ଯ୍ୟାଳୟ ପକ୍ଷରୁ ବଣ୍ଟଯାଇଥିବା ଏଣ୍ଟ୍ରି ପାସ ରେ ମଧ୍ୟ ପ୍ରିୟା ପ୍ରୀତି ତୋଷଣ କରାଯାଇଥିବା ନେଇ କାର୍ଯ୍ୟାଳୟ ବାହାରେ ବର୍ଷା ରେ ଭିଜିଥିବା ନେତା ଅଭିଯୋଗ କରିଥିବା ଶୁଣାଯାଉଛି|ତେବେ ଯଦି ନେତାଙ୍କୁ ଏଭଳି ଅପଦସ୍ତ କରାଯିବାର ଯୋଜନା ଥିଲା ତେବେ ଶାହ ଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ନେତାଙ୍କୁ କାହିଁକି ଆହ୍ୱାନ ଦିଆଯାଇଥିଲା ବୋଲି ପ୍ରଶ୍ନ ଉଠିଛି |ଏଭଳି ପରିସ୍ଥିତି ରେ ପ୍ରଶ୍ନ ଉଠୁଛି ଦଳ ଯଦି ରାଜ୍ୟ ନେତା ଙ୍କ ସହ ଏଭଳି ବ୍ୟବହାର କରୁଛି ତେବେ ଶାହ ଙ୍କ ବାର୍ତା କିଏ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବ| କିଭଳି ନିର୍ବାଚନ ମୈଦାନ କୁ ଆସିବ ରାଜ୍ୟ ବିଜେପ