ବିଜେବି ଫ୍ରେଣ୍ଡ୍ସ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ଉପରେ ରଚନା, ବକୃତା ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ

ଯୁବପିଢୀ ମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ବିଜେବି କଲେଜ ପୁର୍ବତନ ଛାତ୍ରଛାତ୍ରୀ ସଂଘ ବିଜେବି ଫ୍ରେଣ୍ଡ୍ସ ଆନୁକୁଲ୍ୟରେ ବିଜେବି କଲେଜରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଗତ ଦୁଇ ଦିନ ଧରି ଆନ୍ତଃ ମହାବିଦ୍ୟାଳୟ ସ୍ଥରୀୟ ରଚନା, ବକୃତା ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏହି ସବୁ ପ୍ରତିଯୋଗିତାରେ ରାଜ୍ଯର ବିଭିନ୍ନ କଲେଜରୁ ୨୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।


ରଚନାର ଓଡିଆ ବିଭାଗରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ର ଦୁର୍ଗା ପ୍ରସାଦ ସାହୁ ୧ମ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆଶିଷ ପ୍ରତୀକ୍ ବିଶ୍ଵାଳ ୨ୟ ,ବିଜେବି ମହାବିଦ୍ୟାଳୟର ଛାତ୍ରୀ କରୀସ୍ମା ପ୍ରଧାନ ୩ୟ ସ୍ଥାନ ଅଧିକାର କରିଛନ୍ତି।ଇଂରାଜୀ ରଚନା ବିଭାଗରେ ରମାଦେବୀ ବିଶ୍ଵବିଦ୍ୟାଳୟର ଅନାମିକା ମହାନ୍ତି ୧ମ, ପ୍ରାଣନାଥ ମହାବିଦ୍ୟାଳୟର ଅନିନ୍ଦିତା ରଣସିଂହ ୨ୟ ଓ ବିଜେବି ମହାବିଦ୍ୟାଳୟର ଅନନ୍ଦିତା ମିଶ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡିଆ ବକୃତା ପ୍ରତିଯୋଗୀତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ରଞ୍ଜିତ୍ ସାହୁ ଓ କେଶରୀ ପ୍ରସାଦ ମହାନ୍ତି ଯଥାକ୍ରମେ ୧ମ ଓ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ବିଜେବି ମହାବିଦ୍ୟାଳୟର ବିଶ୍ଵଜିତ ସ୍ଵାଇଁ ୩ୟ ସ୍ଥାନ ଅଧିକାର କରିଛନ୍ତି।

ଇଂରାଜୀ ବକୃତା ପ୍ରତିଯୋଗୀତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଶାସ୍ଵତି ସୌମ୍ଯା ସ୍ଵାଇଁ ଓ ବିଜେବି ମହାବିଦ୍ୟାଳୟର ତପସ୍ଵିନୀ ଦାସ ଯୁଗ୍ମ ୧ମ, ବିଜେବି ମହାବିଦ୍ୟାଳୟର ତମନ୍ନା ଭୋଇ ଓ ସଂସ୍କୃତି ମହାପାତ୍ର ଯୁଗ୍ମ ୨ୟ , ରେଭେନ୍ସା ବିଶ୍ଵବିଦ୍ୟାଳୟର ଅମନ ବେଉରିଆ ଓ ରମାଦେବୀ ବିଶ୍ଵବିଦ୍ୟାଳୟର ଚୟନୀକା ରାଉତି ଯୁଗ୍ମ ୩ୟ ସ୍ଥାନ ଅଧିକାର କରିଛନ୍ତି। କୁଇଜ୍ ପ୍ରତିଯୋଗୀତାରେ କିଟ୍ ବିଶ୍ଵବିଦ୍ୟାଳୟର ଅନୁରାଗ ସାମନ୍ତରାୟ ଓ ଆଶିଷ ମହାପାତ୍ର ୧ମ, ବିଜେବି ମହାବିଦ୍ୟାଳୟର ସୌଭାଗ୍ୟ ଶୁଭଙ୍କର ପ୍ରଧାନ ଓ ତପସ୍ଵିନୀ ଦାସ ୨ୟ , ରେଭେନ୍ସା ବିଶ୍ଵବିଦ୍ୟାଳୟର ଶାଶ୍ଵତି ସୌମ୍ଯା ସ୍ଵାଇଁ ଓ ଶୁଭଶ୍ରୀ ପ୍ରିୟଦର୍ଶିନୀ ୩ୟ ସ୍ଥାନ ଅଧିକାର କରିଛନ୍ତି।

ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଜୟନ୍ତୀ ଅବସରରେ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଛାତ୍ରଛାତ୍ରୀମାନଙ୍କୁ ଯଥାକ୍ରମେ ଟ ୧୦୦୦୦, ଟ ୭୦୦୦, ଟ୫୦୦୦ ନଗଦ ଅର୍ଥ, ଟ୍ରଫି ସହ ମାନପତ୍ର ପ୍ରଦାନ କରାଯିବ।
ଉକ୍ତ ଉତ୍ସବରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ସଂଘର ସଭାପତି ଦେବାଶିଷ ପଟ୍ଟନାୟକ ଓ ସଂପାଦକ ସତ୍ୟବ୍ରତ ଧୂପାଳ ଅନୁରୋଧ କରିଛନ୍ତି।