ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତି

ମଧ୍ୟରାତ୍ରରୁ ଆରମ୍ଭ ହେବ ତିନି ଠାକୁର ଙ୍କର ସ୍ନାନଯାତ୍ରା ନୀତିକାନ୍ତି । ରାତି ଗୋଟାଏରୁ ଆରମ୍ବ ହେବ ପହଣ୍ଡି । ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ପହଣ୍ଡି ଏହି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର ।
ଆସନ୍ତା ଜୁନ ପାଞ୍ଚ ତାରିଖରେ ତିଥି ଅନୁସାରେ ଦେବସ୍ନାନ ପୁର୍ଣିମା ପଡୁଛି । ଶ୍ରୀକ୍ଷେତ୍ରରେ ପାଳନ ହେବା ମହାପ୍ରଭୁଙ୍କ ସ୍ନାନଯାତ୍ରା ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ତିନି ଠାକୁରଙ୍କ ସ୍ନାନଯାତ୍ରାର ନୀତି ନିର୍ଘଣ୍ଟରେ ଏଭଳି ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୁଧବାର ପୁରୀ ଠାରେ ଛତିଶା ନିଯୋଗ ସହିତ ଆଲୋଚନା ପରେ ସେ ଏହି ସୂଚନା ଦେବା ସହିତ ପହଣ୍ଡିରେ କେତେ ସେବାୟତ ଉପସ୍ଥିତ ରହିବେ ତାହାର ତାଲିକା ଦୁଇଦିନ ମଧ୍ୟରେ ଦିଆଯିବ ବୋଲି କହିଛନ୍ତି ।
ତାଲିକା ମିଳିଲା ପରେ ଆସନ୍ତା ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ଯେଉଁ ସେବକମାନଙ୍କର ଯେଉଁ ସେବା ରହିଛି ସେମାନେ ତାହାହିଁ କରିବେ ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ।

ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିନେଇ ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ଛତିଶା ନିଯୋଗର ସେବାୟତଙ୍କ ସହିତ ମାରାଥନ ଆଲୋଚନା କରିଥିଲେ । ଆଲୋଚନା କାଳରେ ସମସ୍ତେ ସଅଳ ପହଣ୍ଡି ସପକ୍ଷରେ ମତ ଦେଇଥିବାବେଳେ ଯେତେ ସଂଖ୍ୟକ ସମ୍ଭବ କମ୍‍ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ସମ୍ପନ୍ନ ପାଇଁ କହିଥିଲେ ।
ସୂଚନାଅନୁଯାୟୀ ରାତି ଗୋଟାଏରୁ ତିନିଟା ମଧ୍ୟରେ ତିନି ଠାକୁର ପହଣ୍ଡିରେ ସ୍ନାନମଣ୍ଡପକୁ ଆସିବେ ଏବଂ ସକାଳ ୭ରୁ ୯ଟା ମଧ୍ୟରେ ୧୦୮ ସୁବାସିତ ଜଳରେ ସ୍ନାନ କରିବେ । ସକାଳ ସାଢେ ୧୦ଟାରେ ଛେରା ପହଁରା ଏବଂ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଜୀଉମାନଙ୍କର ହାତିବେଶ ସଂପନ୍ନ ହେବ । ସ୍ନାନବେଦୀରୁ ତିନି ଠାରୁ ସଂଧ୍ୟା ୫ରୁ ୮ଟା ମଧ୍ୟରେ ପହଣ୍ଡିରେ ବାହୁଡିବେ ।

ଗୋଟିଏ ପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଆଗେଇ ଚାଲିଥିବାବେଳେ ଅନ୍ୟ ପଟେ ପ୍ରଶାସନ ପକ୍ଷରୁ ରଥଯାତ୍ରା ପୂର୍ବରୁ ଥିବା ବିଧି ବିଧାନ ଗୁଡିକୁ ସୁଚାରୁ ରୂପେ ପାଳନ କରାଯାଉଥିବାରୁ ଚଳିତବର୍ଷ ରଥଯାତ୍ରା ନିଶ୍ଚିତ ହେବା ନେଇ ଦିନକୁ ଦିନ ଆଶା ବଢିବାରେ ଲାଗିଛି ।