କୁସୁମୀ ମାଳବନ୍ଧ ରାସ୍ତା ଶୋଚନୀୟ ବଢୁଛି ଜନଅସନ୍ତୋଷ

By ସରୋଜ କୁମାର ଚୌଧୁରୀ 

ଖଣ୍ଡପଡା, ୨୬/୦୬:ଖଣ୍ଡପଡା ବ୍ଲକ  ଅଞ୍ଚଳ ଦେଇ ପ୍ରବାହିତ କୁସୁମୀ ମାଳବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ  ହୋଇପଡ଼ିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର  ଜନଅସନ୍ତୋଷ ଦେଖିବାକୁ ମିଳୁଛି । 

ଖଣ୍ଡପଡ଼ା-ଭାପୁର ପୂର୍ତ୍ତ ବିଭାଗର  ମୁଖ୍ଯ ରାସ୍ତାର ଆମ୍ବନାଳ ନଦୀ ପାର୍ଶ୍ୱସ୍ଥ କୁସୁମୀ ମାଳବନ୍ଧର ଗୋଟିଏ ପାର୍ଶ୍ୱ ଭାପୁର ବ୍ଳକର ବାଇଗୁଣିଆ ପଞ୍ଚାୟତ ଅଧିନ ନୂଆପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ବେଳେ  ଅପରପାର୍ଶ୍ୱ ରାସ୍ତାଟି ଖଣ୍ଡପଡ଼ା ବ୍ଳକ ବନମାଳୀପୁର ଓ ରାଣୀ ଛେଳି ପଞ୍ଚାୟତକୁ ସଂଯୋଗ କରୁଛି। କମ ଦୂରତ୍ୱ ଦୃଷ୍ଟିରୁ  ଆଖପାଖ ଗ୍ରାମ ଗୁଡିକୁ ସଂଯୋଗ କରୁଥିବା ଏହି କୁସୁମୀ ମାଳବନ୍ଧ ରାସ୍ତା ଦେଇ ଦୈନିକ ଶହଶହ ସଂଖ୍ଯାରେ ଯାନବାହାନ  ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ଦୁରାବସ୍ଥା ପ୍ରତି ଖଣ୍ଡପଡ଼ା ଓ କଣ୍ଟିଲୋ ଜଳସେଚନ ବିଭାଗ କର୍ତ୍ତୁପକ୍ଷ ଆଦୌ ଧ୍ଯାନ ଦେଉନଥିବା ଅଭିଯାଗ ହେଉଅଛି।  ସମୟାନୁକ୍ରମେ ଉକ୍ତ ମାଳବନ୍ଧ ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବରୁ ଅଣଓସାରିଆ ହେବାସହ ବିପଦ ସଂକୁଳ ହୋଇ ପଡିଛି। ଫଳରେ ସାମାନ୍ଯ ବର୍ଷା ହେଲେ ମାଳବନ୍ଧ ରାସ୍ତା ଉପର ଖାଲଖମାରେ ପାଣି ଜମିରହୁଛି। ଉକ୍ତ ମାଳବନ୍ଧ ରାସ୍ତା ଦେଇ ଯାତାୟାତ କରିବା ବେଳେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯାଗ ହେଉଛି କୁସୁମୀ ମାଳବନ୍ଧ ରାସ୍ତାର ଉନ୍ନତି କରଣ ଦିଗରେ ନୟାଗଡ଼ ଜଳସେଚନ ବିଭାଗ ନିର୍ବାହୀ ଯତ୍ନୀ ଓ ମୁଖ୍ଯ ଯନ୍ତ୍ରୀ ଦୃଷ୍ଟି ଦେବାକୁ  ସାଧାରଣରେ ଦାବି ହେଉଛି ।