ରାଜନୀତିରେ ବିଜୟଙ୍କ ରାସ୍ତା ସିଲ

ଭୁବନେଶ୍ବର () ବିଜୁ ଜନତା ପାଟକୁରା ନିର୍ବାଚନ ଜିତିବା ଆଜିକା ଦିନରେ ସେତିକି ମହତ୍ବପୂର୍ଣ୍ଣ ନୁହେଁ । କାରଣ ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ ହିଁ ରାଜନୈତିକ ପାଣିପାଗ ବିଜେଡି ସପକ୍ଷରେ ଥିଲା । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ହାରିବା ପରେ 68 ବର୍ଷିୟ ଏହି ରାଜନୈତିକ ରାଜନୈତିକ କ୍ୟାରିୟରରେ ଫୁଲଷ୍ଟପ ଲାଗିଯାଇଛି । ଏପରିକି ତାଙ୍କ ରାଜନୈତିକ ମହତ୍ବକାଂକ୍ଷା ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି ।

ଏକ ସମୟରେ ଓଡିଶା ରାଜନୀତିର ଚାଣକ୍ୟ ବୋଲି କୁହାଯାଉଥିବା ଏହି ନେତା ଗତ 19 ବର୍ଷ ଧରି ରାଜ୍ୟବାସୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ଚେଷ୍ଟା କରି ବି ନିଜ ସପକ୍ଷରେ ଟାଣିପାରିନଥିଲେ । ବିଜେଡିରୁ ବିଦା ହେବା ପରେ ବିଜୟ କେବଳ ପରାଜୟ ଓ ପ୍ରତ୍ୟାକ୍ଷାନର ସମ୍ମୁଖୀନ ହେଉଛନ୍ତି । ଆଉ ଲୋକେ ତାଙ୍କୁ ଗ୍ରହଣ କରିପାରୁନାହାଁନ୍ତି ।

ଗତକାଲି ପ୍ରକାଶ ପାଇଥିବା ଫଳାଫଳ ତାଙ୍କ ପାଇଁ ଏକ ଶକ୍ତ ଧକ୍କା ହୋଇଛି । କାରଣ ସେ ଭାବିଥିଲେ ଯେ, ବିଜେପି ହାୱାରେ ସେ ପୁଣି ଥରେ ବିଧାନସଭାକୁ ଫେରିପାରିବେ । କିନ୍ତୁ ପାଟକୁରାର ଭୋଟର ତାଙ୍କ ଅପେକ୍ଷା ରାଜ୍ୟର ଲୋକପ୍ରିୟା ନେତା ନବୀନ ପଟ୍ଟନାୟକଙ୍କ ଜରିଆରେ ସାବିତ୍ରୀ ଅଗ୍ରୱାଲଙ୍କୁ ବାଛିଛନ୍ତି । ସେ ସାବିତ୍ରୀଙ୍କ ଠାରୁ 17 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଛନ୍ତି ।

ଏକଦା ବିଜୟ କେନ୍ଦ୍ରାପଡା ଜିଲ୍ଲାରେ ନିଜର ପତିଆର ରଖୁଥିବା ବେଳେ ଏବେ ସେ ନିଜ ବ୍ଲକ କି ପଂଚାୟତରୁ ମଧ୍ୟ ଭୋଟରଙ୍କ ଦ୍ବାରା ପ୍ରତ୍ୟାକ୍ଷାତ ହେଲେ । ସବୁ ବ୍ଲକରେ ସେ ପରାଜୟ ହେଲେ । ସବୁଠି ଭୋଟର ତାଙ୍କୁ ପ୍ରତ୍ୟାକ୍ଷାନ କରି ସାବିତ୍ରୀଙ୍କୁ ବାଛିଛନ୍ତି । ପାଟକୁରାରୁ 4 ଥର ବିଧାୟକ ହୋଇଥିବା ବିଜୟ 2000 ପରଠାରୁ ଆଉ ଜିତିପାରୁନାହାଁନ୍ତି । ବିଜେଡିରୁ ବାହାରିବା ପରେ ବିଭିନ୍ନ ଦଳରେ ନିଜର ଭାଗ୍ୟ ପରୀକ୍ଷା କରି ଶେଷରେ ବିଜେପିରୁ ନବୀନଙ୍କୁ ଚ୍ୟାଲେଂଜ କରିବା ତାଙ୍କ ପାଇଁ ବୁମେରାଂ ହୋଇଛି । ବିଜେପି ମଧ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କ୍ଷୁର୍ଣ୍ଣ କରିବାକୁ ବିଜୟଙ୍କୁ ଅସ୍ତ୍ର କରିଥିଲା । ଏବେ କିନ୍ତୁ ଉଭୟ ବିଜେପି ଓ ବିଜୟ ନିଜ ନିଜ ଉଦ୍ଦେଶ୍ୟରେ ଫେଲ ମାରିଛନ୍ତି ।

ରାଜନୈତିକ ସମୀକ୍ଷକଙ୍କ ମତରେ ବିଜୟଙ୍କ ରାଜନୈତିକ ଜୀବନରେ ଆଗକୁ ଆଉ କୌଣସି ରାସ୍ତା ନାହିଁ । ବିଜେପି ମଧ୍ୟ ତାଙ୍କୁ ଆଉଥରେ ସୁଯୋଗ ଦେବ କି ନାହିଁ ସେଥିରେ ସନ୍ଦେହ ରହିଛି । ଏଥିସହିତ ଭୋଟର ମଧ୍ୟ ତାଙ୍କୁ ରାଜନୈତିରୁ ସନ୍ୟାସ ନେବାକୁ ବାଟ ଦେଖାଇଦେଇଛନ୍ତି ।