ଖଣ୍ଡପଡା, ୦୯/୦୭: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଖଳି ସାହି ରତନପୁର ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଲୋକମାନେ ଭୟଭୀତ ହେବା ସହ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଦାବି କରିଛନ୍ତି |
ସମ୍ପୃକ୍ତ ଯୁବକ ଜଣକ ଭୁବନେଶ୍ୱର ୪ ନଂ ମାଛ ମାର୍କେଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ୩ଦିନ ତଳେ ସେ ଗ୍ରାମକୁ ଆସି କ୍ୟାରମ ଖେଳିବା ସହ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଅନେକ ଛୋଟ ଛୋଟ ପିଲା ତାଙ୍କ ଭଉଣୀଙ୍କ ପାଖକୁ ଟ୍ୟୁସନ ହେବାକୁ ମଧ୍ୟ ଯାଉଥିଲେ । ଯୁବକଙ୍କ ବାପା ଗାଁ ଦାଣ୍ଡରେ ଗପସପ କରିବା ସହ ସେ ଅନେକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି ।
ଯୁବକ ଜଣକଙ୍କ ଘର ବଜାର ଉପରେ, ସେ ସୁପର ସ୍ପ୍ରେଡର ହୋଇପାରନ୍ତି । ଖଳି ସାହି, ଖଣ୍ଡପଡା ଅଂଚଳର ପ୍ରମୁଖ ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ଓ ଏଠାକୁ ୨୫ଟି ପଂଚାୟତର ଲୋକେ ଆସିଥାନ୍ତି ।
ଯୁବକ ଜଣକଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ପରିବାର ଲୋକ ସୂଚନା ଦେଇଥିଲେ ମଧ୍ୟ୍ୟ ସ୍ଥାନୀୟ ସରପଞ୍ଚ, ପୁଲିସ ଓ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତଙ୍କ ଆନ୍ତରିକତା ଦେଖିବାକୁ ମିଳୁନି । ସେପଟେ ଲୋକେ ଉତ୍ତେଜିତ ହେବା ସହ ତୁରନ୍ତ ସମ୍ପୃକ୍ତ ଅଂଚଳକୁ ଜିଲ୍ଲାପାଳ ସଟ ଡାଉନ ଘୋଷଣା କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।