କରୋନା ମହାମାରୀ ଭକ୍ତଙ୍କ ଠାରୁ ତାଙ୍କ ପ୍ରଭୁଙ୍କୁ ଅଲଗା କରି ରଖିଥିଲା । ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଦ୍ୱାର ବନ୍ଦ ରହିଛି । ଭକ୍ତଙ୍କ ବିନା ଶ୍ରୀମନ୍ଦିର ଖାଁ ଖାଁ ଲାଗୁଛି । ରଥଯାତ୍ରାରେ ବି ପ୍ରଭୁଙ୍କୁ ପାଖରୁ ଦେଖି ପାରିନାହାନ୍ତି ଭକ୍ତ । ତେବେ ଖୁବ ଶୀଘ୍ର ବ୍ୟାକୁଳ ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅନ୍ତ ହେବ ।
ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ପାଇବେ ଭକ୍ତ । ପୁରୀ ଶ୍ରୀମନ୍ଦିର କେବେ ଖୋଲିବ ସେ ନେଇ ଭକ୍ତଙ୍କ ମନରେ ଲାଗି ରହିଥିବା ଉତ୍କଣ୍ଠାର ଅନ୍ତ ହେବାକୁ ଯାଉଛି । ଚଳିତ ମାସ ଶେଷ ସପ୍ତାହରେ ଯେ କୌଣସି ଦିନ ଶ୍ରୀମନ୍ଦିର ଖୋଲିପାରେ । ଛତିଶା ନିଯୋଗ ବୈଠକରେ ଏନେଇ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଦୁଇ ଦିନ ମଧ୍ୟରେ ଏହା ସରକାରଙ୍କ ଅନୁମୋଦନ ଲାଗି ପଠାଯିବ ବୋଲି ବୈଠକ ଶେଷ ହେବା ପରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ମୁଖ୍ୟ ପ୍ରଶାସକ କହିଛନ୍ତି, ଛତିଶା ନିଯୋଗ ବୈଠକର ସୁପାରିଶକୁ ସରକାରଙ୍କ ଅନୁମୋଦନ ମିଳିଲେ ଶ୍ରୀମନ୍ଦିର ଖୋଲିବ । ଭକ୍ତଙ୍କ ଦର୍ଶନ ଲାଗି ଏସଓପି ପ୍ରସ୍ତୁତ କରାଯିବ । ପ୍ରଥମ ୪/୫ ଦିନ କେବଳ ପୁରୀବାସୀଙ୍କୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବ । ମାତ୍ର ନୂଆବର୍ଷରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ଜାନୁଆରୀ ୧ ଓ ୨ ତାରିଖ ଶ୍ରୀମନ୍ଦିର ବନ୍ଦ ରଖାଯିବ । ୩ ତାରିଖରୁ ସବୁ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯିବ । ତେବେ ଜିଲ୍ଲା ବାହାରୁ ଆସୁଥିବା ଭକ୍ତମାନେ କୋଭିଡ୍ ରିପୋର୍ଟ ନେଗେଟିଭ୍ ଦେଖାଇବାକୁ ପଡ଼ିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯିବ। ପରେ ଅଧିକ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିଦିଆଯିବ ।
ସବୁ ଭକ୍ତଙ୍କ ଲାଗି କୋଭିଡ୍ କଟକଣା ମାନିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବେ ଏବଂ ହାତକୁ ସାନିଟାଇଜରରେ ଧୋଇବେ । ସେଥିଲାଗି ଶ୍ରୀମନ୍ଦିର ତିନିଦ୍ୱାରରେ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାମାନଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯିବ । ମନ୍ଦିର ଖୋଲିବା ପରେ ଭକ୍ତମାନେ ଧାଡିରେ ନିୟମ ମାନି ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ତେବେ ଏହି ସମୟରେ ସାହାଣମେଲା ଦର୍ଶନ ବନ୍ଦ ରହିବ । ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ତାହାର ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ମାନି ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ତ୍ରୁଟି ନ ରୁହେ ମନ୍ଦିର ପ୍ରଶାସନ ତାହା ଉପରେ କଡ଼ା ନଜର ରଖିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି ।
ଦୀର୍ଘ ମାସ ହେବ ପୁରୀରେ ଜଗା ଦର୍ଶନ କରିନାହାନ୍ତି ଶ୍ରଦ୍ଧାଳୁ | ତେବେ ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଇବେ ଭକ୍ତ । ପୁରୀ ଶ୍ରୀମନ୍ଦିର କେବେ ଖୋଲିବ ସେଥିଲାଗି ଭକ୍ତଙ୍କ ମନରେ ଲାଗି ରହିଥିବା ଉକ୍ରଣ୍ଠାର ଅବସାନ ହେବାକୁ ଯାଉଛି । ଆସନ୍ତା ୨୫ ତାରିଖ ପରେ ଯେ କୌଣସି ଦିନ ଶ୍ରୀମନ୍ଦିର ଖୋଲିଯିବ । ଆଜି ଛତିଶା ନିଯୋଗ ବୈଠକରେ ଏଥିଲାଗି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଦୁଇ ଦିନ ମଧ୍ୟରେ ଏହା ସରକାରଙ୍କ ଅନୁମୋଦନ ଲାଗି ପଠାଯିବ ବୋଲି ଆଜି ବୈଠକ ଶେଷରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ମୁଖ୍ୟ ପ୍ରଶାସକ କହିଛନ୍ତି, ଛତିଶା ନିଯୋଗ ବୈଠକର ସୁପାରିଶକୁ ସରକାରଙ୍କ ଅନୁମୋଦନ ମିଳିଲେ ଶ୍ରୀମନ୍ଦିର ଖୋଲିବ । ଭକ୍ତଙ୍କ ଦର୍ଶନ ଲାଗି ଏସଓପି ପ୍ରସ୍ତୁତ କରାଯିବ । ପ୍ରଥମ ୪/୫ ଦିନ କେବଳ ସେବାୟତ ପରିବାର ଓ ପୁରୀବାସୀଙ୍କୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବ । ନୂଆବର୍ଷରେ ପ୍ରବଳ ଭିଡ଼ ସମ୍ଭାବନା ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖ ଶ୍ରୀମନ୍ଦିର ବନ୍ଦ ରଖାଯିବ । ୩ ତାରିଖରୁ ସବୁ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯିବ । ତେବେ ଜିଲ୍ଲା ବାହାରରୁ ଆସୁଥିବା ଭକ୍ତମାନେ କୋଭିଡ୍ ରିପୋର୍ଟ ନେଗେଟିଭ୍ ଦେଖାଇବାକୁ ପଡ଼ିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ରହିବ । ପରେ ଅଧିକ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିଦିଆଯିବ ।ସବୁ ଭକ୍ତଙ୍କ ଲାଗି କୋଭିଡ୍ କଟକଣା ମାନିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବେ ଏବଂ ହାତକୁ ସାନିଟାଇଜରରେ ଧୋଇବେ । ସେଥିଲାଗି ଶ୍ରୀମନ୍ଦିର ତିନିଦ୍ୱାରରେ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଛୋଟପିଲାମାନଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯିବ ।ମନ୍ଦିର ଖୋଲିବା ପରେ ଭକ୍ତମାନେ ଧାଡିରେ ନିୟମ ମାନି ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ ।