ରକ୍ଷା ବନ୍ଧନରେ କେଉଁ ରଂଗର ରାକ୍ଷୀ ବାନ୍ଧିବେ ଓ କେଉଁ ମିଠା ଖୁଆଇବେ

ରାକ୍ଷୀ ପୂର୍ଣ୍ଣିମା ଏମିତି ଗୋଟେ ପର୍ବ ଯାହା ଭାଇ ଓ ଭଉଣୀର ପର୍ବ ଅଟେ । ଏହା ହିନ୍ଦୁମାନଙ୍କ ବହୁତ ପ୍ରମୁଖ ପର୍ବ । ଏହି ଦିନ ଭଉଣୀ ନିଜ ଭାଇ ହାତରେ ପ୍ରେମ ରାକ୍ଷୀ ବାନ୍ଧିଥାଏ ଓ ଭଗବାନ ପାଖରେ ନିଜ ଭାଇର ସୁଖୀ ଜୀବନ ପାଇଁ କାମନା କରିଥାଏ । ଭାଇ ଭଉଣୀକୁ ସଦେବ ରକ୍ଷା କରିବା ପାଇଁ ବଚନ ଦେଇଥାଏ ।


ଚଳିତ ବର୍ଷ ଶ୍ରାବଣ ମାସର ଶେଷ ସୋମବାରରେ ରାକ୍ଷୀ ପୂର୍ଣିର୍ମା ପଡ଼ିବା ବଡ ସଂଯୋଗ ଅଟେ । ଏହି ଦିନ ବଡ ଶୁଭ ବୋଲି ଅନେକ ଜ୍ୟୋତିଷବିତ୍‌ମାନେ ମତ ବ୍ୟକ୍ତ କରିଛନ୍ତି । ରାଶୀ ଅନୁଯାୟୀ ରାକ୍ଷୀ ବାନ୍ଧିବା ଓ ମିଠା ଖୁଆଇବା ଦ୍ୱାରା ଭାଇ ଓ ଭଉଣୀ ମଧ୍ୟରେ ଥିବା ସମ୍ପର୍କ ସର୍ବଦା ମଧୁର ହୋଇଥାଏ । ଏହା ସହିତ ଭାଇର ଆୟୁ ବୃଦ୍ଧି ଏବଂ ଉନ୍ନତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ରକ୍ଷା ବନ୍ଧନରେ କେଉଁ ରଂଗର ରାକ୍ଷୀ ବାନ୍ଧିବେ ଓ କେଉଁ ମିଠା ଖୁଆଇବେ ।


ଭାଇର ରାଶୀ ଯଦି ମେଷ ଓ ବିଛା ହୋଇଥାଏ ତେବେ ଭଉଣୀ ଲାଲ ରଂଗର ରାକ୍ଷୀ ବାନ୍ଧିବା ସହ ଲାଲ୍ ରଂଗର ମିଠା କିମ୍ବା ଗୁଡରେ ପ୍ରସ୍ତୁତ ମିଠା ଅର୍ଥାତ୍ ମାଲ୍‌ପୁଆ, ଗୋଲାପଜାମୁନ୍‌, ଝିଲି, କ୍ଷୀରଗଜା ଇତ୍ୟାଦି ମିଠା ଖୁଆଇପାରିବେ । ଏହା ଦ୍ୱାରା ଭାଇର ଭାଗ୍ୟ ଉଦୟ ହୋଇଥାଏ ।


ଭାଇର ରାଶୀ ବୃଷଭ, ତୁଳା ଏବଂ କର୍କଟ ହୋଇଥିଲେ ଭଉଣୀ ଧଳା କିମ୍ବା ପାଉଁଶିଆ ରଂଗର ରାକ୍ଷୀ ବାନ୍ଧିପାରିବେ । ଧଳା ମିଠା କିମ୍ବା କ୍ଷୀରରେ ପ୍ରସ୍ତୁତ ମିଠା ତଥା ରସଗୋଲା, ଛେନା, ଖିରି, ରାବିଡି ଇତ୍ୟାଦି ଖୁଆଇପାରିବେ । ଯଦ୍ୱାରା ଭାଇର ସମସ୍ତ କାର୍ଯ୍ୟ ସୁରୁଖୁରରେ ସମ୍ପାଦନ ହୋଇପାରିବ ।


ମିଥୁନ ଏବଂ କନ୍ୟା ରାଶି ଥିବା ଭାଇ ହାତରେ ଭଉଣୀ ସବୁଜ ରଂଗର ରାକ୍ଷୀ ବାନ୍ଧି ନିଜ ସମ୍ପର୍କ ଆହୁରି ଦୃଢ଼ିଭୁତ କରିପାରିବ । ବେସନ ତିଆରି ମିଠା ଏବଂ ହଳଦୀ ରଂଗର ମିଠା ଖୁଆଇଲେ ଭାଇର ସପରିବାରରେ ସୁଖଶାନ୍ତି ଆସିଥାଏ ।


ସିଂହ ରାଶି ଥିବା ଭାଇର ହାତରେ ସ୍ୱର୍ଣ୍ଣ, ହଳଦିଆ, ଗୋଲାପୀ ରଂଗର ରାକ୍ଷୀ ବାନ୍ଧିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ । ହଳଦି ରଂଗର ମିଠା ତଥା ଲଡୁ, ପେଡା, ସନ୍ଦେଶ ଇତ୍ୟାଦି ଖୁଆଇପାରିବେ ।


ଧନୁ ଓ ମୀନ ରାଶି ଥିବା ଭାଇଙ୍କ ହାତରେ ଭଉଣୀ ହଳଦିଆ ଓ ଧଳା ରଂଗର ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇ ଓ ଭଉଣୀର ସମ୍ପର୍କ ସର୍ବଦା ଅତୁଟ ରହିବ । ହଳଦିଆ କିମ୍ବା କେଶର ରଂଗର ମିଠା ଖୁଆଇ ପରସ୍ପର ମଧ୍ୟରେ ପ୍ରେମ ଓ ସ୍ନେହ ବାଂଟି ପାରିବେ ।


ଯେଉଁ ଭାଇର ରାଶି ମକର ଓ କୁମ୍ଭ ଭଉଣୀ ନୀଳ ରଂଗର ରାକ୍ଷୀ ବାନ୍ଧିପାରିବ । ଏହାଦ୍ୱାରା ସୁଖ ଶାନ୍ତି ଆସିବା ସହ ପରସ୍ପର ମଧ୍ୟରେ କେବେ ତିକ୍ତତା ଆସି ନ ଥାଏ । ଭାଇକୁ କାଲାକନ୍ଦ ଖୁଆଇଲେ ଆତ୍ମସନ୍ତୋଷ ଲାଭ କରିଥାନ୍ତି ଭାଇ ଓ ଭଉଣୀ ।