ମାଲେସିଆରେ ରଜ ମହୋତ୍ସବ



ବିଦେଶରେ ପାଳିତ ହେଲା ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ । ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମ୍‌ରେ ପାଳନ କରିଛନ୍ତି ମା’ ଓ ମାଟିର ପର୍ବ ରଜ ମଉଜ ।
ମାଲେସିଆ ଓଡିଆ କମ୍ୟୁନିଟି (ଜ୍ଞକ୍ଟମ) ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ କୁଆଲାଲମ୍ପୁର ଇଣ୍ଡିଆନ ହାଇ-କମିଶନରେ ଅବସ୍ଥାପିତ ଓଡିଆ ପ୍ରଶାସନିକ ଅଧିକାରୀ ତଥା କାଉନ୍‌ସେଲର (କମ୍ୟୁନିଟି ଆଫେୟାର୍ସ ଆଣ୍ଡ ଲେବର) ଶ୍ରୀମତି ଅମ୍ରିତା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଓଡିଶାଠାରୁ ଏତେ ଦୂରରେ ରହି ମଧ୍ୟ ପ୍ରବାସୀମାନଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ।

ରଙ୍ଗବତୀ ଗୀତରେ ତାଳେ ତାଳେ ଝୁମିଲେ ଦର୍ଶକ
ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡିଆଣୀମାନଙ୍କର ‘ବନସ୍ତେ ଡାକିଲା ଗଜ…..’କୁ ନେଇ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ବିମୁଗ୍ଧ ହୋଇଥିଲେ । ସେହିପରି ସମ୍ବଲପୁରୀ ଗୀତ ରଙ୍ଗବତୀକୁ ନେଇ ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମରେ ବେଶ ମଜା ଉଠାଇଥିଲେ ଓଡ଼ିଆ ଦର୍ଶକ ।


ଓଡ଼ିଶାର ସୌମ୍ୟା ମିଶ୍ର, ବିଣାପାଣୀ ପ୍ରଧାନ, ବିଜଲୀନା ଶତପଥୀ, ସଞ୍ଜୁ ସାମଲ ଓ ବ୍ରତତୀ ପ୍ରିୟଦର୍ଶନୀ ପ୍ରମୁଖ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିଥିଲେ । କୁନିକୁନି କଳାକାର ମାନଙ୍କ ମଧ୍ୟରେ ଓଡିଆ ପରମ୍ପରା ପ୍ରତିଥିବା ପ୍ରସ୍ତୁତି ଖୁବ୍ ବେଶ ମନଛୁଆଁ ହୋଇଥିôଲା ।

କୁଆଲାଲମ୍ପୁରରେ ଓଡ଼ିଆ ଖାଦ୍ୟ ଓ ରଜପାନ ଦେଲା ମାଟିର ମହକ


ରଜପାନ ଏଇ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା । କାର୍ଯ୍ୟକ୍ରମ ଶେଷରେ ସୁସ୍ୱାଦୁ ଓଡିଆ ଖାଦ୍ୟ ପରିବେଷଣ ସମସ୍ତଙ୍କୁ ନିଜ ମାଟି ମହକକୁ ଫେରାଇ ନେଇଥିଲା । ନିଶା ଦାସ, ସୀମନ୍ତିନୀ ନନ୍ଦ ଓ ଅସୀମା ପଣ୍ଡାଙ୍କ ତତ୍ୱାବଧାନରେ ମନୋରଂଜନ ପୂର୍ଣ୍ଣ ଏହି ସାଂସ୍କୃତିକ ଉତ୍ସବ ଖୁବ ସୁଚାରୁ ରୂପେ ସମାପନ ହୋଇଛି ।

ଏମ୍‌ଓସି ର ନିଜସ୍ୱ କଳାକାରମାନଙ୍କ ଦ୍ୱାରା ପୁରୁଣା ଓ ନୂଆ ଓଡିଆ ସଂଗୀତ ପରିବେଷଣ ପରିବେଶକୁ ଖୁବ୍ ଆକର୍ଷଣୀୟ କରିଥିଲା ।
ମାଲେସିଆ ଓଡିଆ କମ୍ୟୁନିଟି ର ସଭାପତି ଦୀପ୍ତି ରଂଜନ ନନ୍ଦ, ଉପସଭାପତି ଏକାମ୍ର ମହାପାତ୍ର ଏବଂ ସେକ୍ରେଟେରୀ ସ୍ନିଗ୍ଧା ମିଶ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।