ସାମନ୍ତ ମାଟିରେ ମତ୍ସ ଓ ପ୍ରାଣୀସମ୍ପଦ ମନ୍ତ୍ରୀ

:

ରାଜ୍ୟ ସରକାରଙ୍କ ମତ୍ସ ଓ ପ୍ରାଣୀସମ୍ପଦ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ନୟାଗଡ଼ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଅପରାହ୍ନରେ ନୟାଗଡ଼ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହା ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଖଣ୍ଡପଡ଼ା ଗସ୍ତରେ ଆସିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ଖଣ୍ଡପଡ଼ା ରଥଗଡା ଛକରେ ପହଞ୍ଚିବା ପରେ ଖଣ୍ଡପଡ଼ା ଏନଏସି ବିଜେପି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଶ୍ବବିଖ୍ୟାତ ଜୋର୍ତିବିଦ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ପଣ୍ଡିତ ମନୋଜ ଦାସ ମନ୍ତ୍ରପାଠ କରିଥିଲେ। ଏହି ଅବସରରେ ଖଣ୍ଡପଡ଼ାର ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ, ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ, ଆଇନଜୀବି ଶ୍ରୀ ବିକ୍ରମ କେଶରୀ ଦେଓ, ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଙ୍କ ସମେତ ଖଣ୍ଡପଡ଼ାର ବୁଦ୍ଧିଜୀବି ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ସତ୍ତ୍ଵେ ଜନସାଧାରଣଙ୍କ ମନ୍ତ୍ରୀଙ୍କୁ ଦେଖିବାକୁ ଭିଡ଼ ଜମି ଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଯେଉଁ ପ୍ରତିଶୃତି ଦିଆଯାଥିଲା ସରକାରକୁ ଆସିବା ପରେ ତାହା ପାଳନ କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କ ଲୋକାଭିମୁଖୀ କାର୍ଯ୍ୟ ଏବଂ ଚଳିତ ବଜେଟ ର କାର୍ଯ୍ୟ ଧାରା ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବା ଆମର ମୁଖ୍ୟ କାମ ବୋଲି ଶ୍ରୀ ମଲ୍ଲିକ କହିଥିଲେ | ସେହିପରି ଖଣ୍ଡପଡ଼ା ର ସର୍ବାଙ୍ଗୀନ ଉନ୍ନତି ଆମର ଲକ୍ଷ୍ୟ ବୋଲି ସେ କହିଥିଲେ | ଏହାପରେ ମନ୍ତ୍ରୀ କଣ୍ଟିଲୋ ନୀଳମାଧବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।