ଏହି ଅଭିନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ

ମୁମ୍ବାଇ()  ଭୋଜପୁରୀ ଷ୍ଟାର ପୱନ ସିଂହଙ୍କ ବିରୋଧରେ ରୁଜ୍ଜୁ ହୋଇଛି । ୨୫ ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଯୌନ ନିର୍ୟାତନା ଅଭଯୋଗ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ପୋଲିସ ଅଧିକାରୀଙ୍କ ନିକଟରେ ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ, ସୋସିଆଲ ମିଡିଆରେ ପୱନ ସିଂହ ଅନେକ ଅଶ୍ଳୀଳ ପୋଷ୍ଟ କରିବା ସହ ମେସେଜ କରୁଥିଲେ । ଏହା ବ୍ୟତୀତ ତାଙ୍କର ଅଶ୍ଳୀଳ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରୁଥିଲେ। ତାଙ୍କ ସହ ବନ୍ଧୁତା ସ୍ଥାପନ ପାଇଁ ବାଧ୍ୟ କରୁଥିଲେ ଓ ଏହା ନକଲେ ପରିଣାମ ଭୋଗିବାର ଧମକ ଦେଉଥିଲେ। ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେପୋଲିସ ପୱନ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛି।