ଖଣ୍ଡପଡ଼ା ଅଞ୍ଚଳରେ ସାପ ଆତଙ୍କ, ଲୋକେ ଭୟଭୀତ

ଖଣ୍ଡପଡ଼ା, 27/06 (ସରୋଜ କୁମାର ଚୌଧୁରୀ): ଖଣ୍ଡପଡା ବ୍ଳକ ଅଞ୍ଚଳରେ ବିଷଧର ସାପଙ୍କ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ବେଶ ଭୟଭୀତ ହୋଇପଡିଛନ୍ତି ।

ବଣ ପାହାଡ ଘେରା ଖଣ୍ଡପଡ଼ା ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରେ ରହୁଥିବା ବିଷଧର ସାପ ଗୁଡିକ ଦିନ ଓ ରାତି ସବୁ ସମୟରେ ଜନବସତି ଅଞ୍ଚଳକୁ ଚାଲି ଆସୁ ଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି।

ଗତ ୧ମାସ ମଧ୍ଯରେ ଖଣ୍ଡପଡ଼ା ସହର ସମେତ ଖଳିସାହି,ବେଣାଗାଡିଆ, ମର୍ଦ୍ଦରାଜପୁର, ସିଂଘାପଡା, କିଆଝର୍, କୋସକା,ବୋଦସା, ସିଦ୍ଧାମୂଳା ସମେତ ଆଖପାଖ ଅଞ୍ଚଳରୁ ସ୍ନେକ ହେଲପଲାଇନର ସଦସ୍ୟମାନଙ୍କ ଦ୍ବାରା ୩୦ରୁ ଉର୍ଦ୍ଧ୍ବ ସାପ ଉଦ୍ଧାର କରାଯାଇ ଖଣ୍ଡପଡ଼ା ବନାଞ୍ଚଳ ଅଧିନସ୍ଥ ସଂରକ୍ଷଣ ଜଙ୍ଗଲ ମଧ୍ଯରେ ଛାଡି ଦିଆଯାଇଥିବା ଖଳିସାହି ଅଞ୍ଚଳର ସ୍ନେକ ହେଲପଲାଇନର ସଦସ୍ୟ କହ୍ନେଇ ସାହୁ, ଗୋଲାକ ବିହାରୀ ପରିଡା ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସୂଚନା ଦେଇଛନ୍ତି ।