ମଇଦାନରେ ଦିଲ୍ଲୀପ ରାୟ

ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ପୁଣି ଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ରାଜନେତା ଓ ବିଶିଷ୍ଟ ବ୍ୟବସାୟୀ ଦିଲ୍ଲୀପ ରାୟ | ରାଉରକେଲା ବିଧାନସଭା ଆସନରୁ ଭାରତୀୟ ଜନତା ପାଟି ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି | ତାଙ୍କର କଡା ଟକ୍କରର ସମୁଖୀନ କରିବେ ବିଜେଡି ପ୍ରାର୍ଥୀ ତଥା ରାଉରକେଲା ବିଧାୟକ ଶାରଦା ନାୟକ | ତାଙ୍କ ବିରୁଦ୍ଧରେ ଥିବା କୋଇଲା ଦୁର୍ନୀତି ମାମଲା ରହିଥିବା ବେଳେ ନିର୍ବାଚନ ଲଢ଼ିବା ପାଇଁ ସେ ଦିଲ୍ଲୀ ହାଇକୋର୍ଟ ଠାରୁ ନିକଟରୁ ଅନୁମତି ମଧ୍ୟ ଆଣିଛନ୍ତି | ତେବେ ତାଙ୍କ ପ୍ରାର୍ଥୀତ୍ବ କେବଳ ରାଉରକେଲା ବିଜେପିର ପଲ୍ଲା ଭାରି କରିବ ତା ନୁହେଁ ବରଂ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଜୁଏଲ ଓରାମ ଙ୍କୁ ମଧ୍ୟ ଅନେକ ସାହାର୍ଯ୍ୟ କରିବା ବୋଲି ଚର୍ଚ୍ଚା ହେଉଛି |


୩ ଥର ବିଧାୟକ ଓ ୨ ଥର ରାଜ୍ୟସଭା ସାଂସଦ ଥିବା ଶ୍ରୀ ରାୟ ହେଉଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜନିତକୁ ଆଣିବାରେ ତାଙ୍କର ପ୍ରଚ୍ଛନ ହାତ ରହିଥିବା କୁହାଯାଏ | କିନ୍ତୁ ପରବର୍ତୀ ସମୟରେ ନବୀନଙ୍କ ସହ ସମ୍ପର୍କ ତିକ୍ତ ହେବାରୁ ତାଙ୍କୁ ବିଜେଡି ରୁ ତାଙ୍କୁ ଦୁରେଇ ଦିଆଯାଇଥିଲା |


ଦୀର୍ଘ ବର୍ଷର ବ୍ୟବଧାନ ପରେ ୨୦୧୪ ରେ ସେ ବିଜେପିରୁ ରାଉରକେଲା ବିଧାନସଭା ଆସନରୁ ଲଢ଼ି ନିର୍ବାଚିତ ହୋଇଥିଲେ | କିନ୍ତୁ ୨୦୧୮ ପରଠାରୁ ସେ ଏକ ପ୍ରକାର ନୀରବ ରହିବା ସହ ୨୦୧୯ ରେ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିଲେ | ରାଉରକେଲା ବାସୀଙ୍କୁ ସେ ଦେଇଥିବା ପ୍ରତିଶୃତି ପୂରଣ କରିପାରି ନଥିବାରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ | ତେବେ ଏଥର ସେ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ବିଜେପି ଟିକେଟ ମିଳିବ ପରେ ଖୁସି ବ୍ୟକ୍ତ କରିବା ସହ ଦୀର୍ଘ ବାର ବର୍ଷ ଧରି ରାଉରକେଲାରେ ହୋଇ ନଥିବା ମହାନଗର ନିଗମ ନିର୍ବାଚନ କରାଯିବ ବୋଲି କହିଛନ୍ତି |


ଅନେକ ଦିନ ଧରି ତାଙ୍କ ନୀରବତା ବିଭିନ୍ନ ଚର୍ଚ୍ଚାର ଖୋରାକ ଯୋଗାଉଥିବା ବେଳେ ସେ ପୁଣି ଥରେ ବିଜେଡ଼ରେ ସାମିଲ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା | ତେବେ ବିଜେପି ରୁ ତାଙ୍କ ପ୍ରାର୍ଥୀତ୍ବ ସବୁ ଚର୍ଚ୍ଚାର ଅବସାନ ଘଟାଇଛି |