ବର୍ଷାଦିନରେ ମର୍ଦ୍ଦରାଜପୁର ରାସ୍ତା ଅବସ୍ଥା ଶୋଚନୀୟ

By ସରୋଜ ଚୌଧୁରୀ

 
ଖଣ୍ଡପଡା, ୧/୦୭ : ବର୍ଷା  ପରେ ମର୍ଦ୍ଦରାଜପୁର ରାସ୍ତାରେ ୨ଫୁଟ ପାଣି ଜମି ରହୁଛି|ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ଯ ବର୍ଷା ହେଲେ ଖଣ୍ଡପଡ଼ା-କଣ୍ଟିଲୋ ପୂର୍ତ୍ତି ବିଭାଗ ମୂଖ୍ଯ ରାସ୍ତାର ମର୍ଦ୍ଦରାଜପୁର ଛକ ଉପରେ ୨ ଫୁଟ ଉଚ୍ଚର ବର୍ଷାଜଳ ଜମି ରହୁଛି । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସ୍ଥାନୀୟ ଜନସାଧାରଣ ଯାତାୟାତ କଲାବେଳେ ଅସୁବିଧାର ସମୁଖୀନ ହେଉଛନ୍ତି । ନୟାଗଡ଼ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପ୍ରଭୁ ଶ୍ରୀନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାର ଏପରି ଅବସ୍ଥାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉକ୍ତ ରାସ୍ତାରୁ ଜବରଦଖଲକାରୀଙ୍କୁ ହଟାଇ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ନିମନ୍ତେ ପ୍ରଶାସନ ଦୃଷ୍ଟି  ଦେବାକୁ ମର୍ଦ୍ଦରାଜପୁର ଗ୍ରାମବାସୀ ଦାବି କରିଛନ୍ତି ।