ବିଶ୍ୱ ପଖାଳ ଦିବସ ଉପଲକ୍ଷେ

ସିପ୍ରା ମହାନ୍ତି«

ମନେ ପକାଇ ଦିଏ ମାର୍ଚ୍ଚ କୋଡ଼ିଏ
ସମସ୍ତଙ୍କ ମୁଖେ ଲାଳ ଗଡାଏ
ଆହା କି ସ୍ୱାଦ ଆହା କି ଟାକରା
ମହକାଇ ଦିଏ ତା’ର ସେହି ଖଟାଳିଆ ବାସନା
ପ୍ରତି ଦିନ ଲୋକେ ମୋତେ ଖାଆନ୍ତି
କୁହନ୍ତି ଓଃ କି ଶାନ୍ତି
ଆଜି ମୁଁ ଘରେ ନୁହେଁ
ହୋଟେଲ୍‌, ରେଷ୍ଟୁରାଂଟ ଓ ଢ଼ାବାରେ
ବିଭିନ୍ନ କିସମରେ ମୋତେ ପରଷା ଯାଏ
ତା’ ସାଙ୍ଗକୁ ଆଠ ପ୍ରକାର ବ୍ୟଞ୍ଜନ ବଢ଼ାଯାଏ
ମୋ ଗୁଣ ଓ ନାମକୁ ଗାନ କରାଇ
ଦେଶ ଓ ବିଦେଶେ ମୋ ପରିଚୟ ମିଳଇ ।
ସକାଳେ, ଦ୍ୱିପହରେ ଓ ରାତ୍ରେ
ଦୁଇଟି ବ୍ୟଞ୍ଜନ ସହ ଖାଆନ୍ତି ମୋତେ
ସେ ଯେଉଁ ଖୁସି ଆନନ୍ଦ ମିଳେ
ତାହା ବାରି ହୋଇଯାଏ ମୁଖେ
ପୋଦିନା, ଦହି, ଆମ୍ବକଷି ଅଦା, ଅଦା
କଂଚା ଓ ଶୁଖିଲା ଲଙ୍କା, ଜିରା, ସୋରିଷ
ଧନିଆ ପତ୍ର, ଲେମ୍ବୁ, ମୋ ଦେହେ ଭରି
ଅନେକ ନାମ ଦେଇ ପରଷନ୍ତି
ଆଉ ଦିଅ ଆଉ ଦିଅ କହି ଆନନ୍ଦେ ଖାଆନ୍ତି
ଆଜି ମୋର ଦିବସ ସଭିଙ୍କୁ ସ୍ୱାଗତ
ମୋତେ ଖାଇ ହୁଅ ହରସ ।