ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନେଇ ପ୍ରଶାସନ ତତ୍ପରତା

ଖଣ୍ଡପଡା, 28/06 (ସରୋଜ କୁମାର ଚୌଧୁରୀ): ‌ଖଣ୍ଡପଡ଼ା ସହର ଉପକଣ୍ଠ କଇଥପଲି ଗ୍ରାମ ନିକଟରେ ୧୫ଏକରରୁ ଉର୍ଦ୍ଧ ସରକାରୀ ଜମିରେ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ (୨୨୦/୩୩କେଭି) ପ୍ରତିଷ୍ଠା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଏ ସର୍ମ୍ପକରେ ଓପିଟିସିଏଲ କର୍ତ୍ତୁପକ୍ଷଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରିଥିବା ଜଣାପଡିଛି।
ବିଦ୍ୟୁତ ଗ୍ରୀଡ୍ ପ୍ରତିଷ୍ଠା ନିମନ୍ତେ କଇଥପଲି ମୌଜା ନିକଟରେ ସମସ୍ତ ଆନୁଷଙ୍ଗିକ ସୁବିଧା ଥିବାରୁ ତୁରନ୍ତ ଓପିଟିସିଏଲ କର୍ତ୍ତୁପକ୍ଷ କ୍ଷେତ୍ର ପରିଦର୍ଶନ କରି ଗ୍ରୀଡ୍ ପ୍ରତିଷ୍ଠା ନିମନ୍ତେ ପ୍ରାରମ୍ଭିକ କାର୍ୟ୍ଯ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଇତିମଧ୍ୟରେ ନୟାଗଡ଼ ଜିଲ୍ଲାପାଳ ଡାକ୍ଟର ପୋମା ଟୁଡୁଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନରେ ଆସି ପ୍ରସ୍ତାବିତ ସ୍ଥାନର ପାରିପାର୍ଶ୍ୱିକ ସ୍ଥିତି ସର୍ମ୍ପକରେ ଅନୁଧ୍ଯାନ କରିବା ଜଣାପଡିଛି।

ଖୁବ ଶିଘ୍ର ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ୍ ନିର୍ମାଣ କାର୍ୟ୍ଯ ଆରମ୍ଭ କରିବା ନିମନ୍ତେ ରାଜ୍ଯ ସରକାରଙ୍କ ଶକ୍ତି ବିଭାଗ ର୍ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି |