ଧାର୍ମିକସ୍ଥଳୀ ଖୋଲିବା ନେଇ ରାଜ୍ୟସରକାରଙ୍କୁ ଅନୁରୋଧ କଲେ ସିଦ୍ଧାର୍ଥ

କାର୍ତ୍ତିକ ମାସକୁ ହିନ୍ଦୁମାନେ ଧର୍ମ ମାସ ଭାବେ ବିବେଚନା କରନ୍ତି | ଦୀର୍ଘ ପଚିଶ ବର୍ଷ ପରେ ଆସନ୍ତା ନଭେମ୍ବର ସତେଇଶ ତାରିଖରେ ମହାପ୍ରଭୁ ଜଗନ୍ନାଥ ନାଗାର୍ଜୁନ ବେଶରେ ଭୂଷିତ ହେବେ | ତେଣୁ ହିନ୍ଦୁ ଧର୍ମ ଓ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୀ ସମେତ ଅନ୍ୟାନ୍ୟ ମନ୍ଦିର ମଧ୍ୟ ଖୋଲିବାକୁ ନିଷ୍ପତି ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ |

ଦୀର୍ଘ ପଚିଶ ବର୍ଷ ପରେ ନାଗାର୍ଜୁନ ବେଶର ମୁହୂର୍ତ ପଡୁଥିବାରୁ ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିବାରୁ ଭକ୍ତ ମାନଙ୍କୁ ବଞ୍ଚିତ କରାନଯାଉ ବୋଲି କହିଛନ୍ତି ଖଣ୍ଡପଡା ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ |କେବଳ ପୁରୀ ନୁହେଁ ଅନ୍ୟ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ମଧ୍ୟ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ |

ପଚିଶ ବର୍ଷ ତଳେ ଖଣ୍ଡପଡା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ପରମ୍ପରାକୁ ସ୍ମରଣ କରି ବଂଶାନୁକ୍ରମିକ ଟ୍ରଷ୍ଟି ଶ୍ରୀ ସିଂହ ଚଳିତ ବର୍ଷ ମଧ୍ୟ ଏହି ବେଶ ଅନୁଷ୍ଠିତ ହେଉ ଏବଂ ଖଣ୍ଡପଡା ବାସୀ ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ ଲାଭ କରନ୍ତୁ ବୋଲି ଇଛା ପ୍ରକାଶ କରିଛନ୍ତି |ତେଣୁ କୋଭିଡ ନିୟମକୁ ପାଳନ କରି ପଞ୍ଚୁକ ଆରମ୍ଭ ହେବା ପୂର୍ବରୁ ମନ୍ଦିରଗୁଡିକୁ ଖୋଲାଯାଉ  ବୋଲି ଅନୁରୋଧ କରିଛନ୍ତି ସିଦ୍ଧାର୍ଥ |

ଅନ୍ୟ ରାଜ୍ୟ ଗୁଡିକରେ ଧର୍ମାନୁଷ୍ଠାନ ଖୋଳାଯାଉଥିବା ବେଳେ ଓଡିଶା ସରକାର ମଧ୍ୟ ଏ ନେଇ ନିଷ୍ପତି ନିଅନ୍ତୁ ବୋଲି ସିଦ୍ଧାର୍ଥ କହିଛନ୍ତି |