ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲି ଓ ଶେଖର ସୁମନ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ ରୂପ ଗାଙ୍ଗୁଲି | ରୁପା ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଟ୍ୱିଟରରେ ସୁଶାନ୍ତଙ୍କର ଏକ ଫୋଟୋ ସେୟାର କରି ସିବିଆଇ ଫର ସୁଶାନ୍ତ ବୋଲି ଲେଖିଛନ୍ତି । ସେ ତାଙ୍କ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।

ସୁଶାନ୍ତଙ୍କ ବିୟୋଗ ସମସ୍ତଙ୍କୁ ଚକିତ କରିଦେଇଛି। ଜୁନ୍‌ ୧୪ରେ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରଠାରୁ ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି। ଏହା ସହିତ ପୋଲିସ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ଏବଂ ତାଙ୍କ ସହ ଜଡିତ କିଛି ଲୋକଙ୍କୁ ପଚରାଉଚରା କରୁଛି। ଏନେଇ ‘ମହାଭାରତରେ’ ଦୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ତାଙ୍କ ଟ୍ୱିଟ୍‌ରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି।

ରୂପା ଗାଙ୍ଗୁଲି ସୁଶାନ୍ତ ସିଂହ ରାଜପୁତଙ୍କ ଏକ ଫଟୋ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି ଯେ ‘#cbiforsushant’ ‘(# ସିବିଆଇଫର୍‌ସୁଶାନ୍ତ)’ । ରୂପା ତାଙ୍କ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ସେ କହିଛନ୍ତି ‘ତଦନ୍ତ କିଭଳି ଚାଲିଛି, ଫୋରେନ୍‌ସିକ୍‌ ଟିମ୍‌ କାହିଁକି ଜୁନ୍‌ ୧୫ରେ ସେଠାରେ ପହଞ୍ଚିଲା। ଶବ ବ୍ୟବଚ୍ଛେଦ ସମୟରେ ଶରୀରରେ କୌଣସି ବିଷାକ୍ତ ପଦାର୍ଥ ଅଛି ନାହିଁ ତା’ର ପ୍ରମାଣ ମିଳିଲା କି ? ସିସିଟିଭି ଫୁଟେଜ ଚେକ୍‌ କରାଯାଇ ଦେଖିଗଲା କି ସେଦିନ ସୁଶାନ୍ତ  ଘରକୁ ଅନ୍ୟ କେହି ଆସିଥିଲେ କି ନାହିଁ ? ପୋଲିସ ଏହାକୁ କିପରି ଆତ୍ମାହତ୍ୟା ବୋଲି ଘୋଷଣା କଲା। ସେତେବେଳେ ସୁଶାନ୍ତଙ୍କ ଘରୁ କୌଣସି ବି ସୁଇସାଇଟ୍‌ ନୋଟ୍‌ ମିଳିନଥିଲା ।

ରୁପାଙ୍କ ଭଳି ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଭିନେତା ଶେଖର ସୁମନ। ସୁଶାନ୍ତଙ୍କ ବିୟୋଗରେ ଶେଖର ସୁମନ ନିଜ ଟ୍ୱିଟ୍‌ରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶେଖର କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ଏନେଇ ଶେଖର ଏକ ଫୋରମ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ସରକାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ(CBI) ତଦନ୍ତ କରିପାରିବେ ।

ଶେଖର ସୁମନ ହେଉଛନ୍ତି ବିହାରର ବାସିନ୍ଦା। ମୃତ ସୁଶାନ୍ତ ମଧ୍ୟ ବିହାର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁକୁ ନେଇ ଶେଖର ଟ୍ୱିଟ୍ କରି କହିଛନ୍ତି ଯେ ସୁଶାନ୍ତଙ୍କ ପରି ନିଷ୍ଠାପର ତଥା ବୁଦ୍ଧିମାନ ବ୍ୟକ୍ତି ଆତ୍ମହତ୍ୟା କରିଥିବେ, ଯାହାକୁ ମୁଁ ବିଶ୍ୱାସ କରିପାରୁନାହିଁ।

ଶେଖର ତାଙ୍କ ଟ୍ୱିଟ୍‌ରେ ଆହୁରି ମଧ୍ୟ କହିଛନ୍ତି, ‘ଯାହା ଆମେ ଦେଖିଛେ କଥାଟା ତାହାଠାରୁ ଆହୁରି ଗଭୀର। ସେ #justiceforSushantforum (ଜଷ୍ଟିସ୍ ଫର୍ ସୁଶାନ୍ତଫୋରମ୍) ନାମକ ଏକ ଫୋରମ୍‌ ଗଠନ କରିଛନ୍ତି। ଯାହାଦ୍ୱାରାକି ସରକାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିବେ। ଫଳରେ ଇଣ୍ଡଷ୍ଟ୍ରିଟିରେ ହେଉଥିବା ଗୋଷ୍ଠୀବାଦ ବନ୍ଦ ହେବାସହିତ ମାଫିଆରାଜ ମଧ୍ୟ ହଟାଯାଇପାରିବ। ଶେଖର ଏନେଇ ସମସ୍ତଙ୍କ ସମର୍ଥନ ମାଗିଛନ୍ତି।  ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା ।